ସିନ୍ଧେଙ୍କ ଭଳି ସୈତାନ ବିଗତ ୫୦୦୦ ବର୍ଷ ମଧ୍ୟରେ ଦେଖାଯାଇ ନଥିଲେ; ‘ସାମନା’ରେ ସିନ୍ଧେଙ୍କୁ ଟାର୍ଗେଟ କଲେ ଉଦ୍ଧବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଓ ତୀରକୁ ନିର୍ବାଚନ କମିସନ ରଦ୍ଦ କରିଛନ୍ତି । ଶିବସେନାର ପ୍ରକୃତ ଉତ୍ତରାଧିକାରୀ କିଏ ହେବ ଏଥିପାଇଁ ଉଭୟ ସିନ୍ଧେ ଓ ଉଦ୍ଧବଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରାଯିବା ପରେ ଶିବସେନାର ମୂଳ ଚିହ୍ନ ଧନୁ ଓ ତୀର ଉପରେ ନିଷେଧାଦେଶ ଜାରି କରିଛନ୍ତି କୋର୍ଟ।ଏହାକୁ ନେଇ ଉଦ୍ଧବଙ୍କ ଗୋଷ୍ଠୀ ପ୍ରବଳ ଖପ୍ପା ହେବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ଶାଣିତ ସମାଲୋଚନା କରିଛି। ଏମିତିକି ସିନ୍ଦେଙ୍କୁ ସୈତାନ କହିବାକୁ ପଛାଇ ନାହିଁ ଶିବସେନା। ଦଳର ମୁଖପତ୍ର ‘ସାମନା’ରେ ସନ୍ଦେଙ୍କୁ ସୈତାନ ସହ ତୁଳନା କରିଛି ଦଳ। ସିନ୍ଦେ ହେଉଛନ୍ତି ଜଣେ ସୈତାନ ଏବଂ ୫୦୦୦ ବର୍ଷ ହେବ ଏମିତି ସୈତାନ ଦେଖାଯାଇ ନଥିଲେ ବୋଲି ସେଥିରେ ଆକ୍ଷେପ କରାଯାଇଛି। ମୋଗଲ ଜେନେରାଲ ଆଫଜାଲ ଖାନଙ୍କ ସହ ସିନ୍ଦେଙ୍କୁ ସାମନାରେ ତୁଳନା କରାଯାଇଛି ।

ମରାଠୀ ସମ୍ରାଟ ଶିବାଜୀଙ୍କୁ ହତ୍ୟା ପାଇଁ ମୋଗଲ ଜେନେରାଲ ଆଫଜାଲ ଖାନଙ୍କକୁ ପଠାଯାଇଥିଲା। ସିନ୍ଦେ କେନ୍ଦ୍ର ବିଜେପିଠାରୁ ସେମିତି ସମର୍ଥନ ପାଉଛି ବୋଲି ଶିବସେନା କହିଛି। ସିନ୍ଦେ ବିଜେପିର ମୋହରା ସାଜି ଉଦ୍ଧବଙ୍କ ବିରୋଧରେ କାମ କରୁଛନ୍ତି ବୋଲି ଏଥିରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଳ ଶୁକ୍ରବାର ନିର୍ବାଚନ ଆୟୋଗଙ୍କୁ ଭେଟି ଦଳର ‘ଧନୁ ଓ ତୀର’ ପୋଲ ପ୍ରତୀକ ପାଇଁ ଦାବି କରିଥିଲେ ।ଏହା ପରେ ଇସି ଉଦ୍ଧବ ଠାକରେଙ୍କୁ ଏହାରି ଉପରେ ଜବାବ ରଖିବାକୁ ନୋଟିସ ଜାରି କରିଥିଲେ । ଏହାର ଜବାବରେ ଉଦ୍ଧବ ଗୋଷ୍ଠୀ ପକ୍ଷରୁ କୁହାଯାଇଥିଲା ଯେ ବିଦ୍ରୋହୀ ବିଧାୟକମାନେ ସ୍ୱଇଚ୍ଛାରେ ଶିବସେନା ଛାଡ଼ିଛନ୍ତି । ଏଣୁ ସେମାନଙ୍କୁ ଶିବସେନାର ନିର୍ବାଚନୀ ଚିହ୍ନ ଧନୁତୀର ମିଳିପାରିବ ନାହିଁ । ହେଲେ ଉଭୟ ଗୋଷ୍ଠୀ ମଧ୍ୟରେ ଦଳୀୟ ଚିହ୍ନକୁ ନେଇ ଟଣାଓଟରା ପରେ କମିସନ ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଓ ତୀରକୁ ରଦ୍ଦ କରିଛନ୍ତି ଓ ଉଭୟ ନୂଆ ଚିହ୍ନରେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।

Related Posts