ବିଭିନ୍ନ ରାଜ୍ୟର ପୋଷାକ ଓ ଟୋପି ପିନ୍ଧିବା ଦ୍ୱାରା ଦେଶର କୌଣସି ବିକାଶ ହୁଏ ନାହିଁ; ମୋଦିଙ୍କୁ ପରିହାସ କରି ଏପରି କହିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ତେଲେଙ୍ଗାନା(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତେଲୋଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସମାଲୋଚନା କରିଥିବାର ଦେଖିବାକୁ ମିଳିଛି । ତେବେ ବିଭିନ୍ନ ରାଜ୍ୟକୁ ଯାଇ ସମାନ ପୋଷାକ ପିନ୍ଧିବା ଦ୍ୱାରା ଦେଶର ବିକାଶ ହେବ କି ବୋଲି ପ୍ରଶ୍ନ କରିବା ସହ ମୋଦିଙ୍କୁ ପରିହାସ କରିଥିଲେ । ବିଭ୍ରାନ୍ତ କରିବା ପାଇଁ ଏହା ଏକ ଷଡଯନ୍ତ୍ର। ଏହାଦ୍ୱାରା ଦେଶର ବିକାଶ ହେବ ନାହିଁ। ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ସେ ରବୀନ୍ଦ୍ରନାଥ ଟାଗୋର ପରି ପୋଷାକ ପିନ୍ଧିଥିଲେ । ତାମିଲନାଡୁରେ ସେ ଲୁଙ୍ଗି ପିନ୍ଧିଥିଲେ । ଏପରି କରିବା ଦ୍ୱାରା କଣ ଦେଶର ସମସ୍ତ ସ୍ଥାନକୁ ବିଦ୍ୟୁତ ଆସିବ କି ? ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ମଣିପୁର ନିର୍ବାଚନରେ ସେ ସେହି ରାଜ୍ୟର କ୍ୟାପ୍ ପିନ୍ଧନ୍ତି, ପଞ୍ଜାବ ନିର୍ବାଚନରେ ସେ ସର୍ଦ୍ଦାରଙ୍କ ପଗଡି ପିନ୍ଧନ୍ତି, ଯେତେବେଳେ ସେ ଉତ୍ତରାଖଣ୍ଡକୁ ଯାଆନ୍ତି, ସେତେବେଳେ ସେ ସେହି ରାଜ୍ୟର କ୍ୟାପ୍ ପିନ୍ଧନ୍ତି। ତେବେ ବିଭିନ୍ନ ରାଜ୍ୟର ପୋଷାକ ଓ ଟୋପି ପିନ୍ଧିବା ଦ୍ୱାରା ଦେଶର କଣ ବିକାଶ ହେବ ?

ଅନ୍ୟପଟେ କେନ୍ଦ୍ର ବଜେଟକୁ ମଧ୍ୟ ବିକାଶ ବିରୋଧୀ ବୋଲି ସେ କହିଛନ୍ତି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ସାଧାରଣ ବଜେଟରେ କୌଣସି ଦିଗ କିମ୍ବା ଉଦ୍ଦେଶ୍ୟ ନାହିଁ। ଏହା ଏକ ଅଦରକାରୀ ଏବଂ ଉଦ୍ଦେଶ୍ୟହୀନ ବଜେଟ୍ । ବଜେଟ୍ ମାଧ୍ୟମରେ ଏନଡିଏ ସରକାର ନିଜ ପାଇଁ ପ୍ରଶଂସା ନିର୍ମାଣ କରିଥିବାବେଳେ ବାସ୍ତବରେ ସାଧାରଣ ଲୋକଙ୍କୁ ଦୁଃଖ ଓ ଉଦାସୀନତାକୁ ଠେଲି ଦେଇଛନ୍ତି। ବଜେଟକୁ ଏକ ‘ଗୋଲମାଲ ବଜେଟ୍’ ବୋଲି ବର୍ଣ୍ଣନା କରି ସେ ଦାବି କରିଛନ୍ତି ଯେ ଏଥିରେ ତଥ୍ୟ ଉପସ୍ଥାପିତ ହୋଇନାହିଁ । କୃଷି କ୍ଷେତ୍ର ପାଇଁ ଏନଡିଏ ସରକାର କୌଣସି ପଦକ୍ଷେପ ନେଇ ନ ଥିବାରୁ କୃଷି କ୍ଷେତ୍ର ପାଇଁ ବଜେଟ୍ ଏକ ‘ଶୂନ’ ବୋଲି କେସିଆର କହିଛନ୍ତି ।

Related Posts