ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶ ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ହୋଇଛି ସର୍ବାଧିକ ମତଦାନ । ତେବେ ପଶ୍ଚିମବଙ୍ଗର ୧୫୨ଟି ଆସନରେ ୯୨.୫୪ ପ୍ରତିଶତ ଏବଂ ତାମିଲନାଡୁର ସମସ୍ତ ୨୩୪ଟି ଆସନରେ ୮୪.୬୯ ପ୍ରତିଶତ ମତଦାନ ହୋଇଛି । ଏହା ସହିତ ପଶ୍ଚିମବଙ୍ଗରେ କିଛିଟା ହିଂସା ବ୍ୟତୀତ, ପାଞ୍ଚ ଦଶନ୍ଧି ପରେ ପ୍ରଥମ ଥର ପାଇଁ ହିଂସାମୁକ୍ତ ମତଦାନ ହୋଇଥିଲା। ୨୦୨୧ରେ ପଶ୍ଚିମବଙ୍ଗ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୮୧.୧୬ ପ୍ରତିଶତ ମତଦାନ ହୋଇଥିଲା, ଯେତେବେଳେ ତାମିଲନାଡୁରେ ୨୦୧୧ରେ ସର୍ବାଧିକ ମତଦାନ ୭୮.୨୯ ପ୍ରତିଶତ ଥିଲା ଏବଂ ତାପରେ ଏଆଇଏଡିଏମ୍କେ ସରକାର ଗଠନ ହୋଇଥିଲା।
