ପଶ୍ଚିମବଙ୍ଗ ଉପ ନିର୍ବାଚନ: ଆସାନସୋଲ ଓ ବାଲିଗୁଙ୍ଗ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସାନସୋଲ ଓ ବାଲିଗୁଙ୍ଗ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଭାରତୀୟ ଜନତା ପାର୍ଟି ଶୁକ୍ରବାର ଆଗାମୀ ପଶ୍ଚିମବଙ୍ଗ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଦଳ ତିନୋଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଜାରି କରିଛି । ଆସାନସୋଲ ପାଇଁ ବିଜେପି ବର୍ତ୍ତମାନର ବିଧାୟକ ଅଗ୍ନୀମିତ୍ର ପାଲଙ୍କୁ ପ୍ରାର୍ଥୀ କରିଛି । ସେ ଟିଏମସି ପ୍ରାର୍ଥୀ ଶତୃଘ୍ନ ସିହ୍ନା ଓ ସିପିଏମ ପ୍ରାର୍ଥୀ ପାର୍ଥ ମୁଖାର୍ଜୀଙ୍କ ବିରୋଧରେ ଲଡିବେ ।

ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇଉଠିଛି । ସେହିପରି ବାଲିଗୁଙ୍ଗ ଆସନ ପାଇଁ ବିଜେପି କେୟା ଘୋଷଙ୍କୁ ପ୍ରାର୍ଥୀ କରିଛି । ସେ ଟିଏମସି ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ଲଢିବେ । ଏହି ଆସନରୁ ସିପିଏମ ସୈରା ଶାହ ହଲିମଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ଟିଏମସି ଆସାନସୋଲ ପାଇଁ ଶତୃଘ୍ନ ସିହ୍ନା ଓ ବାଲିଗୁଙ୍ଗ ପାଇଁ ବାବୁଲ ସୁପ୍ରିୟୋଙ୍କୁ ପ୍ରାର୍ଥୀ କରିଥିଲା ।

Related Posts