
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ତାଙ୍କୁ ଶପଥ ପାଠ କରାଇଛନ୍ତି । ପୂରୁଣା ଚେହେରା ବଦଳରେ ମାନ କ୍ୟାବିନେଟରେ ମାନ ନୂତନ ବିଧାୟକମାନଙ୍କୁ ସୁଯୋଗ ଦେଇଛନ୍ତି । ତେବେ ମାନ ସରକାରଙ୍କ ନେତୃତ୍ୱରେ ଆପ ସରକାରଙ୍କ ୧୦ ଜଣ ବିଧାୟକ ମନ୍ତ୍ରୀପଦ ପାଇଁ ଗୋପନୀୟତାରେଶପଥ ପାଠ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ମଧ୍ୟ ଅଛନ୍ତି । ବଲଜିତ କୌରଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ କରାଯାଇଛି । ସେପଟେ ଚଣ୍ଡିଗଡ଼ର ରାଜ ଭବନର ନୂତନ ଗୁରୁ ନାନକ ଦେବ ଅଡିଟୋରିୟମରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି ।
ବରିଷ୍ଠ ନେତା ହରପାଲ ସିଂହ ଚିମା ଦିରବାରୁ ଦ୍ୱିତୀୟ ଥର ବିଧାୟକ ନିର୍ବାଚିତ ହୋଇଥିବାବେଳେ ସର୍ବପ୍ରଥମେ ସେ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ । ସେହିପରି ଦ୍ୱିତୀୟରେ ଡ.ବଲଜିତ କୌର, ତୃତୀୟରେ ହରଭଜନ ସିଂହଙ୍କ ବ୍ୟତୀତ ଡ. ବିଜୟ ସାଙ୍ଗେଲା, ଲଲଚନ୍ଦ କଟାରୁଚକ୍କ, ବ୍ରହ୍ମା ଶଙ୍କର, ଗୁରୁମିତ ସିଂହ ମିତ ହେୟର, ଲାଲଜିତ ସିଂହ ଭୁଲ୍ଲର ଏବଂ ହରଜୋତ ସିଂହ ବେନ୍ସ ଶପଥ ଗ୍ରହଣ କରିଛନ୍ତି । ମନ୍ତ୍ରୀମଣ୍ଡଳର ସର୍ବ କନିଷ୍ଠ ସଦସ୍ୟ ହେଉଛନ୍ତି ହରଜୋତ ସିଂହ ବେନ୍ସ । ଏହି ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।