ବାରବାଟୀ ଗ୍ରାଉଣ୍ଡରେ ପଶ୍ଚିମବଙ୍ଗର କ୍ରାଡ଼ାମନ୍ତ୍ରୀ; ରାଜ୍ୟ ପାଇଁ ଖେଳୁଛନ୍ତି ରଣଜୀ ମ୍ୟାଚ

କଟକ(ସତ୍ୟପାଠ ବ୍ୟୁରୋ): ବାରବାଟୀ ଗ୍ରାଉଣ୍ଡରେ ପଶ୍ଚିମବଙ୍ଗର କ୍ରାଡ଼ାମନ୍ତ୍ରୀ । ରାଜ୍ୟ ପାଇଁ ରଣଜୀ ମ୍ୟାଚ ଖେଳୁଛନ୍ତି କ୍ରାଡ଼ାମନ୍ତ୍ରୀ ମନୋଜ ତିୱାରୀ । ସେପଟେ ଆଜି ଠାରୁ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେଉଛି ‘ରଣଜୀ ଟ୍ରଫି’ ଟୁର୍ଣ୍ଣାମେଣ୍ଟ । ପ୍ରଥମ ପର‌୍ୟ୍ୟାୟରେ ୧୯ଟି ମ୍ୟାଚ୍ ରହିଛି । ଓଡିଶାର ପ୍ରଥମ ମୁକାବିଲା ଗୋଆ ସହିତ ରହିଛି ।

ତେବେ ଆଜି ପ୍ରଥମ ମ୍ୟାଚରେ ବେଙ୍ଗଲ-ବରୋଦା ରଣଜୀ ମ୍ୟାଚରେ ଚାଲିଛି । ଟସ୍ ଜିତି ବେଙ୍ଗଲ ପ୍ରଥମେ ବୋଲି କରିବାକୁ ନିଷ୍ପତ୍ତି ନେଇଛି । ବେଙ୍ଗଲର ଘାତକ ବୋଲି ଆଗରେ ପ୍ରାରମ୍ଭିକ ବ୍ୟାଟିଂର ବିପର୍ଯ୍ୟୟ ସମ୍ମୁଖୀନ ହୋଇଛି ବରୋଦା । ୩୫ ଓଭର ସୁଦ୍ଧା ବରୋଦା ୧୦୯ ରନ୍ କରି ମୁଲ୍ୟବାନ ୭ ଓ୍ୱିକେଟ୍ ହରାଇଛି । ବେଙ୍ଗଲ ପକ୍ଷରୁ ଇଶାନ ପୋରେଲ୍ ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଛନ୍ତି ।

Related Posts