ନିର୍ବାଚନ କମିଶନଙ୍କ କଟକଣାକୁ ସରକାର ହିଁ ମାନୁନାହାନ୍ତି: ସୁର ରାଉତରାୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ମତଦାନ ସମାପ୍ତ ହୋଇଛି । ହେଲେ କିଛି ବୁଥମାନଙ୍କରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ବୟାନ ସାମ୍ନାକୁ ଆସିଛି । ତେବେ ନିର୍ବାଚନ କମିଶନଙ୍କ କଟକଣା ସରକାର ମାନୁନାହାଁନ୍ତି । ବୁଧବାର କଣାସ, କୃଷ୍ଣପ୍ରସାଦ ବାଲେଶ୍ବର ସବୁଠି ନିର୍ବାଚନୀ ହିଂସା ହୋଇଛି । ୨ ଜଣ ସମ୍ବାଦିକଙ୍କୁ ମାଡ ହୋଇଛି । ଘଟଣାକୁ ନେଇ ଆମେ ମର୍ମାହତ ।

ସ୍ଥିତି ଏମିତି ହୋଇଛି ନିର୍ବାଚନ କମିଶନର ଗାଁକୁ ଗଲେ ବି ମାଡ ଖାଇବେ । ଗାନ୍ଧୀ, ଗୋପବନ୍ଧୁ ଥିଲେ ନିର୍ବାଚନ ଲଢ଼ିବା ତ ଦୂର କଥା ନୋମିନେସନ କରିପାରି ନଥାନ୍ତେ । ନିର୍ବାଚିତ ପ୍ରତିନିଧିଙ୍କୁ କାମ କରିବାକୁ ସୁଯୋଗ ଦେଉ ଶାସକ ଦଳ । ନିର୍ବାଚନରେ ମଦ ଓ ମାଂସ ବଣ୍ଟା ହେଉଛି । ଟଙ୍କା ବଣ୍ଟା ହେଉଛି । ପୋଲିସ ଡିଜି କଣ କରୁଛନ୍ତି ? ଏଥିପାଇଁ ବିଜେପି-ବିଜେଡି ଦାୟୀ ବୋଲି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।

Related Posts