କଣାସ ବ୍ଲକର ପାଞ୍ଚଟି ବୁଥରେ ପୁନଃ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କୁ ଦିଆଗଲା ପ୍ରସ୍ତାବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ମତଦାନ ସରିଛି । ହେଲେ କିଛି ସ୍ଥାନମାନଙ୍କରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ୫ଟି ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଏହି ବୁଥ ମାନଙ୍କରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନକୁ ଆବେଦନ କରାଯାଇଛି ।

କଣାସ ବ୍ଲକ୍ ବଡାଲ ଗ୍ରାମପଞ୍ଚାୟତର ୫, ୭, ୮ ନମ୍ବର ବୁଥ, କୃଷ୍ଣପ୍ରସାଦର ଅଲଣ୍ଡା ଗ୍ରାମପାୟତର ୮ ନମ୍ବର ବୁଥ ଓ ବ୍ରହ୍ମଗିରି ବ୍ଲକର ଚାପମାଣିକ ଗ୍ରାମପଞ୍ଚାୟତର ୯ ନମ୍ବର ବୁଥରେ ହେବ ପୁନଃ ନିର୍ବାଚନ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟକୁ ଦିଆଯାଇଛି ଏକ ପ୍ରସ୍ତାବ । ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ସେପଟେ ନିର୍ବାଚନୀ ହିଂସା ପଛରେ ରାଜନୈତିକ ଦଳମାନେ ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି ।

Related Posts