ପୋଲିସ୍ ଫୋର୍ସ ଉପରେ ଆକ୍ରମଣ କରିବା ମାମଲା: ଆପ୍‌ର ଦୁଇ ବିଧାୟକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : ଆମ୍‌ ଆଦ୍ମୀ ପାର୍ଟିର ଦୁଇ ବିଧାୟକ ଦୋଷୀ ସାବ୍ୟସ୍ତ । ୭ ବର୍ଷର ପୁରୁଣା ମାମଲାର ଶୁଣାଣୀ କରି ମାନ୍ୟବର କୋର୍ଟ ଦୋଷୀଙ୍କ ବିରୋଧରେ ରାୟ ଶୁଣାଇଛନ୍ତି । ଏଥି ସହିତ ୨୧ ଜଣଙ୍କୁ ଏହି ମାମଲାରେ ସଜ୍ଜା ଦେବେ କୋର୍ଟ । ଭିଡ଼ କରି ହିଂସା ସୃଷ୍ଟି କରିବା ସହ ପୋଲିସ୍‌ କର୍ମୀଙ୍କ ଉପରେ ଆକ୍ରମଣ କରିବା ଅପରାଧରେ ଏକ ମାମଲା ଦାଏର କରାଯାଇଥିଲା । ଦିଲ୍ଲୀର ଏକ କୋର୍ଟ ମାମଲାର ଶୁଣାଣି କରି ଏଥିରେ ଜଡ଼ିତ ଅଭିଯୁକ୍ତଙ୍କୁ ଦୋଷୀ ପାଇଛନ୍ତି ।

କୋର୍ଟ ଆପ୍ ବିଧାୟକ ଅଖିଳେଶ୍‌ ପତି ତ୍ରୀପାଠି ଏବଂ ସଂଜୀବ୍‌ ଝାଙ୍କୁ ବିଆଇନ୍‌ ଭାବେ ଏକତ୍ରିତ ହେବା ଏବଂ ପୋଲିସ୍ ଫୋର୍ସ ଉପରେ ଆକ୍ରମଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଦୋଷୀ ମାନଙ୍କୁ ସେପ୍ଟେମ୍ୱର ୨୧ ତାରିଖରେ ସଜ୍ଜା ଶୁଣାଇବେ କୋର୍ଟ । ସୂଚନା ଥାଉକି ୨୦୧୫ ମସିହାରେ ବୁରାଡ଼ି ପୋଲିସ୍‌ ଷ୍ଟେସନ୍‌ ଅଞ୍ଚଳରେ ଏପରି ହିଂସା କାଣ୍ଡ ଘଟିଥିଲା ।

Related Posts