
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଯଶୱନ୍ତ ସିହ୍ନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବେଙ୍ଗଲ ବିଧାନସଭା ନିର୍ବାଚନର ଫଳାଫଳ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଏବଂ 2024 ସାଧାରଣ ନିର୍ବାଚନରେ ବହୁ ପ୍ରଭାବ ପକାଇବ। ସିହ୍ନା କହିଛନ୍ତି, ” ଲୋକମାନେ କେନ୍ଦ୍ରୀୟ ନେତୃତ୍ୱରେ ପରିବର୍ତ୍ତନ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦେବା ଉଚିତ୍ । ଏଥିସହ ସେ ବିଜେପି ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିଆ ଏବଂ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷଙ୍କ ଇସ୍ତଫା ଦାବି କରିଛନ୍ତି।” ରବିବାର ପଶ୍ଚିମବଙ୍ଗ ବିଧାନସଭା ଫଳାଫଳ ପ୍ରକାଶ ପାଇବା ପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପୁନର୍ବାର ବିଜୟ ଆଡକୁ ଅଗ୍ରସର ହେଉଛନ୍ତି। ସେ କହିଛନ୍ତି, ” ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିର ବରିଷ୍ଠ ନେତା ମାନଙ୍କର ଆକଳନ ଭୁଲ୍ ପ୍ରମାଣିତ ହୋଇଛି। ସେ ଅଭିଯୋଗ କରିଛନ୍ତି ଯେ ଏହି ବିଜେପି ନେତାମାନେ ଝାଡଖଣ୍ଡ ଏବଂ ଏହାର ଆଖପାଖ ଜିଲ୍ଲାରୁ ବହୁ ସଂଖ୍ୟାରେ ଜନସମାଗମ କରି ପଶ୍ଚିମବଙ୍ଗରେ ଜନ ସମର୍ଥନ ଥିବା ଦାବି କରିଛନ୍ତି। ବିଜେପି ନେତୃତ୍ୱ ମମତା ବାନାର୍ଜୀ ଓ ବଙ୍ଗାଳ ଲୋକଙ୍କୁ ଅପମାନତ କରିଛନ୍ତି। ଏହା କୋଟି କୋଟି ବଙ୍ଗୀୟଙ୍କ ଭାବନାକୁ ଆଘାତ ଦେଇଛି। ସେମାନେ ଉଭୟ ମୋଦୀ ଏବଂ ଶାହାଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି । ଏବଂ ଟିଏମସିକୁ ଭୋଟ୍ ଦେଇ ସେମାନେ ବାନାର୍ଜୀଙ୍କ ସହ ଏକଜୁଟ ଅଛନ୍ତି ବୋଲି ଦେଖାଇ ଦେଇଛନ୍ତି। ଏହି ନିର୍ବାଚନ ଫଳାଫଳ ଏକ ସୂଚକ ଥିଲା ଯେ ଲୋକମାନେ ବାନାର୍ଜୀଙ୍କ କାର୍ଯ୍ୟରେ ଏବଂ ତାଙ୍କ ଅଧୀନରେ ଥିବା ରାଜ୍ୟର ବିକାଶରେ ଜନତା ସନ୍ତୁଷ୍ଟ ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ଆସୋଲ୍ ପରିବର୍ତ୍ତନ (ପ୍ରକୃତ ପରିବର୍ତ୍ତନ) ପାଇଁ ଆସିଛନ୍ତି ବୋଲି ବିଜେପି ନେତାଙ୍କ ଦାବି ମଧ୍ୟ ଲୋକଙ୍କୁ ମନାଇବାରେ ବିଫଳ ହୋଇଛି।