ଯେତେବେଳେ ଗୋଟିଏ ସ୍ଥାନରେ, ପୁଣି ଗୋଟିଏ ସମୟରେ ଏକାଠି ହେଲେ ଉଦ୍ଧବ ଠାକରେ ଏବଂ ରାଜନୈତିକ ବିରୋଧୀ ଦେବେନ୍ଦ୍ର ଫଡନାଭିସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମହାରାଷ୍ଟ୍ରରେ ଭୟଙ୍କର ବନ୍ୟା ଦେଖାଦେଇଛି। ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଶୁକ୍ରବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯାଇଥିଲେ ଆଉ ଗୋଟିଏ ସମୟ ଏବଂ ଗୋଟିଏ ଜାଗାରେ ଏକାଠି ହୋଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ। ଏହି ସମୟରେ ପରସ୍ପର ଉଭୟଙ୍କ ହାତ ଧରି ଅଭିବାଦନ ଜଣାଇ ଥିଲେ। କୋହ୍ଲାପୁରରେ ବନ୍ୟା କ୍ଷତିଗ୍ରସ୍ତଙ୍କ ଅବସ୍ଥା ବୁଝିବାକୁ ଗୋଟିଏ ସମୟରେ ଉଭୟ ପହଞ୍ଚିବାରୁ ପରସ୍ପରଙ୍କ ମଧ୍ୟରେ ଭେଟଘାଟ ହୋଇଛି। ଦୁଇ ନେତା ପରସ୍ପର ସହ ବନ୍ୟା ପରିସ୍ଥିତି ଏବଂ ପ୍ରଭାବିତଙ୍କ ଥଇଥାନ ସମ୍ପର୍କରେ ଆଲୋଚନା କରିଥିଲେ।

 ଗତ ବିଧାନସଭା ନିର୍ବାଚନ ପରେ ଶିବସେନା-ବିଜେପି ଗଠ ବନ୍ଧନ ଭାଙ୍ଗିବା ପରେ ଉଭୟ ଦଳର ନେତାଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ତେବେ ଶୁକ୍ରବାର ଦିନ ଏମିତି କୌଣସି ଘଟଣା ଘଟି ନଥିଲା।  ଉଭୟ ଦଳର ନେତା ଦୀର୍ଘ ସମୟ ଧରି ସାକ୍ଷାତ କରି ବନ୍ୟା ପରିସ୍ଥିତି ଉପରେ ଆଲୋଚନା କରିଥିଲେ।

ଦୁଇ ଜଣ ମୁହାଁମୁହିଁ କଥା ହେଉଥିବା ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକଙ୍କ ପାଇଁ ଉଭୟ ରାଜନୀତି ଛାଡ଼ି ସହଯୋଗ କରିବାକୁ ଆଗେଇ ଆସିଥିବାରୁ ପ୍ରଶଂସା କରାଯାଇଛି।

 ତେବେ ମୁମ୍ବାଇରୁ କୋଲହାପୁର ଯିବା ପାଇଁ ଉଦ୍ଧବ ଠାକରେ ଏବଂ ଫଡନାଭିସଙ୍କ କନଭେ ଅଲଗା ଅଲଗା ଯାଇଥିଲା।  କୋଲହାପୁରରେ ପହଞ୍ଚିବା ପରେ ଉଭୟ ନେତା ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପୀଡିତମାନଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ଦଳର କର୍ମୀଙ୍କ ସମେତ ଅନେକ ଲୋକ ଏକତ୍ରିତ ହୋଇଥିଲେ।

    ଦୁଇ ଜଣ ମୁହାଁମୁହିଁ କଥା ହେଉଥିବା ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକଙ୍କ ପାଇଁ ଉଭୟ ରାଜନୀତି ଛାଡ଼ି ସହଯୋଗ କରିବାକୁ ଆଗେଇ ଆସିଥିବାରୁ ପ୍ରଶଂସା କରାଯାଇଛି।

 ଏନଡିଟିଭିର ରିପୋର୍ଟ ଅନୁଯାୟୀ, ବିରୋଧୀଦଳର ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବା ସମ୍ପର୍କରେ ସିଏମ ଉଦ୍ଧବ ଠାକରେ କହିଛନ୍ତି ଯେ, “ସେ(ଫଡନାଭିସ) ଏଠାକୁ ଆସିଥିବା ଜାଣି ମୁଁ ତାଙ୍କୁ କିଛି ସମୟ ରହିବାକୁ କହିଥିଲି। କାରଣ ମୁଁ ମଧ୍ୟ ଏଠାକୁ ଆସୁଥିଲି। ଆମେ ଏକାଠି ଲୋକଙ୍କୁ ସହଯୋଗ କରିବା ପାଇଁ କାମ କରୁଛୁ। ତେଣୁ ଏହାକୁ ରାଜନୀତି ସହ ଯୋଡ଼ିବା ଠିକ ହେବ ନୁହେଁ। ସରକାରରେ ୩ଟି ଦଳ ରହିଛନ୍ତି ଓ ୪ର୍ଥ ଦଳକୁ ସେ ମଧ୍ୟ ପ୍ରତିନିଧିତ୍ୱ କରୁଛନ୍ତି। ଆମେ ବନ୍ୟା ସମ୍ପର୍କରେ ମୁମ୍ବାଇରେ ଗୋଟିଏ ବୈଠକ କରିବୁ। ମୁଁ ତାଙ୍କୁ କହିଛି ଯେ ଉକ୍ତ ବୈଠକକୁ ଆମେ ତାଙ୍କୁ ଡାକିବୁ।”

 ସେହିପରି ବିରୋଧୀଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ଏହି ଭେଟଘାଟ ସମ୍ପର୍କରେ କହିଛନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ବନ୍ୟା ପରିସ୍ଥିତି ବିଷୟରେ ଆଲୋଚନା କରିଛି ଏବଂ ଏହି ଅଞ୍ଚଳର ଲୋକଙ୍କ ପାଇଁ ତୁରନ୍ତ ସହାୟତା ବିଷୟରେ ମଧ୍ୟ ଆଲୋଚନା କରିଛି।  ଫଡନାଭିସ ବନ୍ୟା ରିଲିଫର ଦୀର୍ଘକାଳୀନ ଯୋଜନା ସମ୍ପର୍କରେ ଉଦ୍ଧବ ଠାକରେଙ୍କ ସହ କଥା ହୋଇଥିବା କହିଛନ୍ତି।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କିଛି ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ସୀତାରାମ କୁଣ୍ଟେଙ୍କୁ ଧରି ବନ୍ୟା ଅଞ୍ଚଳକୁ ଯାଇଥିଲେ। ଫଡନାଭିସ ବିଜେପି ନେତାମାନଙ୍କ ସହ ବନ୍ୟା ଅଞ୍ଚଳରେ ପହଞ୍ଚିଥିଲେ।

Related Posts