ଏନଡିଏର ଏଭଳି ଚଏସକୁ ବିଜେଡି ସମର୍ଥନ ନକରି ଯିବ କୁଆଡ଼େ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ତେବେ ଓଡ଼ିଶାରୁ ଦ୍ରୋପଦୀ ମୁର୍ମୁଙ୍କୁ ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ରୂପରେ ଘୋଷଣା କରିଛି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ହି ପ୍ରସଙ୍ଗରେ ବିଜେଡିକୁ ତେରେଛା ବାଣ ମାରିଛନ୍ତି ସାଂସଦ ଅପରାଜିତା ଷଢଙ୍ଗୀ । ସେ କହିଛନ୍ତି ବିଜେଡ଼ି ସମର୍ଥନ ନକରି ଯିବ କୁଆଡେ । ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଛି । ସେ ଜଣେ ଆଦିବାସୀ ମହିଳା ଏବଂ ମହିଳାଙ୍କ ପ୍ରତିନିଧିତ୍ୱ କରୁଛନ୍ତି ।

ଓଡିଶା ଓ ପୂର୍ବ ଭାରତର ମହିଳା । ଏହିଭଳି ପ୍ରାର୍ଥୀ ଚୟନ କେବଳ ପ୍ରଧାନମନ୍ତ୍ରୀ ଓ ସଂସଦୀୟ ଦଳ ବୋର୍ଡର । ଏଭଳି ପ୍ରାର୍ଥୀ ଙ୍କୁ କିଏ ସମର୍ଥନ ଦେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ । କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି, ଏନଡିଏର ଏଭଳି ଚଏସକୁ ଯେଉଁମାନେ ସମର୍ଥନ ଜଣାଇଛନ୍ତି ସେମାନଙ୍କୁ ଧନ୍ୟବାଦ । ଏଭଳି ଚଏସକୁ ସମର୍ଥନ ନଦେଇ ଯିବେ କୁଆଡେ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts