୨୦ ବିଦ୍ରୋହୀ ବିଧାୟକ ଆମ ସମ୍ପର୍କରେ ଅଛନ୍ତି: ସଞ୍ଜୟ ରାଉତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ରାଜନୀତି ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି । କିଏ ଏଥର ବାଜି ମାରିବ ସେ ନେଇ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହେଲାଣି । ସେପଟେ ଶିବସେନାର ଜଣେ ପରେ ଜଣେ ବିଧାୟକ ବିଦ୍ରୋହୀ ଦଳରେ ସାମିଲ ହେବାରେ ଲାଗିଛନ୍ତି । ଯାହା ମେଣ୍ଟ ସରକାରକୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ଦାବି କରି କହିଛନ୍ତି ଯେ ବିଦ୍ରୋହୀ ବିଧାୟକମାନଙ୍କ ମଧ୍ୟରୁ ୨୦ଜଣଙ୍କର ଆମ ସହିତ ସମ୍ପର୍କ ରଖିଛନ୍ତି। ସେମାନେ ମୁମ୍ବାଇକୁ ଆସିଲେ ଆପଣମାନେ ଜାଣିପାରିବେ।

କେଉଁ ପରିସ୍ଥିତିରେ ଓ ଚାପରେ ପଡ଼ି ବିଧାୟକମାନେ ଆମକୁ ଛାଡ଼ି ଯାଇଛନ୍ତି ଖୁବ୍ ଶୀଘ୍ର ତାହା ଜଣାପଡ଼ିବ ବୋଲି କହିଛନ୍ତି । ଅନ୍ୟପଟେ ଉତ୍ତରପୂର୍ବ ରାଜ୍ୟ ଆସାମରୁ ବିପରୀତ ସମ୍ବାଦ ଆସୁଛି। ଗୌହାଟୀର ପଞ୍ଚତାରକା ହୋଟେଲ୍ରେ ବିଦ୍ରୋହୀ ବିଧାୟକମାନଙ୍କ ସହିତ ଅବସ୍ଥାନ କରୁଥିବା ଏକନାଥ ସିନ୍ଦେ କହିଛନ୍ତି କି, ସଶରୀର ହେଉ କି, ଚିଠି ମାଧ୍ୟମରେ ହେଉ, ତାଙ୍କ ସହିତ ଯୋଗ ଦେଇଥିବା ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୪୦ ଅତିକ୍ରମ କରିଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଧରିବାରେ ଲାଗିଛି ।

Related Posts