ଫାବିଫ୍ଲୁ ଵାଣ୍ଟିବାକୁ କିଏ ଅନୁମତି ଦେଲା, ଗମ୍ଭୀରଙ୍କୁ ଦିଲ୍ଲୀ ପୋଲିସର ଜଵାଵ ତଲବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର :  କୋଭିଡ୍ ଆକ୍ରାନ୍ତଙ୍କୁ ବେଆଇନ ଭାବେ ଫାବିଫ୍ଲୁ ବାଣ୍ଟୁଥିବା ଅଭିଯୋଗରେ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଜବାବ ତଲବ କରିଛି ଦିଲ୍ଲୀ ପୁଲିସ୍‌। ମହମାରୀ ବେଳେ ଫାବିଫ୍ଲୁ ଔଷଧର ଯୋଗାଣ ହ୍ରାସ ପାଇଥିଲା। କିନ୍ତୁ ଏହି ସମୟରେ ଗମ୍ଭୀର ନିଜ ଅଫିସରେ ଲୋକଙ୍କୁ ମାଗଣାରେ ବାଣ୍ଟିଥିଲେ। ଏପ୍ରିଲ ୨୫ରେ ଗମ୍ଭୀର ଟ୍ୱିଟ କରି କହିଥିଲେ ଯେ ଯେଉଁମାନେ ଫାବିଫ୍ଲୁ ଆବଶ୍ୟକ କରନ୍ତି , ସେମାନେ ଆଧାର କାର୍ଡ ଓ ଡାକ୍ତରଙ୍କ ପ୍ରେସକ୍ରିପସନ ସାଙ୍ଗରେ ଧରି ଆସିବେ ବୋଲି ସେ କହିଥିଲେ। ବିରୋଧୀ ଦଳ ଏହାକୁ ଗୁରୁତ୍ବପୂର୍ଣ୍ଣ ଔଷଧର ଅଭାବ ହେବାର କାରଣ ବୋଲି କହିଥିଲେ। ଏହା ସହ ଫାବିଫ୍ଲୁର ଯୋଗାଣ ହ୍ରାସ ପାଇଥିବା ବେଳେ ଗମ୍ଭୀର କେମିତି ଏହାକୁ ମାଗଣାରେ ବାଣ୍ଟିବା ପାଇଁ ପାଇଲେ, ତା’କୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ। ତେବେ ଏହାର ବେଆଇନ୍ ବଣ୍ଟନ ଉପରେ ଦିଲ୍ଲୀ ପୋଲିସ ପକ୍ଷରୁ ନୋଟିସ ପଠାଯାଇଥିଲା।

ଏହି ଘଟଣାରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, “ଫାବିଫ୍ଲୁ ବାଣ୍ଟିବା ଘଟଣାରେ ଆମେ ସବୁ ରିପୋର୍ଟ ପୁଲିସକୁ ଦେଇଛୁ। ମୁଁ ଦିଲ୍ଲୀର ସେବା ଜାରି ରଖିବି। ବିରୋଧୀ ଦଳଗୁଡ଼ିକ ଅଯଥାରେ ରାଜନୀତି କରନ୍ତୁ ନାହିଁ। ଦିଲ୍ଲୀ ପୁଲିସ୍ ଆମର ଜବାବ ଚାହିଁଥିଲା ଓ ଆମେ ବିସ୍ତୃତ ତଥ୍ୟ ପ୍ରଦାନ କରିଛୁ।” ପୋଲିସର ଜଣେ ବରିଷ୍ଠ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସୂଚନା ଦେଇଛନ୍ତି ଯେ କୋଭିଡ -19 ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିତରଣରେ ସମ୍ପୃକ୍ତ ରାଜନେତାଙ୍କ ଉପରେ ଅନୁସନ୍ଧାନ କରିବା ପାଇଁ ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ କୋଭିଡ ରିଲିଫ ବାଣ୍ଟୁଥିବା ଯୁବ କଂଗ୍ରେସ ସାଂସଦ ଶ୍ରୀନାବସଙ୍କୁ ମଧ୍ୟ ଦିଲ୍ଲୀ ପୁଲିସ୍‌ର କ୍ରାଇମବ୍ରାଞ୍ଚ ଜେରା କରିଥିଲା।

Related Posts