ଖଡ଼ିଆଳ ବ୍ଲକ ଅଧ୍ୟକ୍ଷାଙ୍କ ସ୍ଵାମୀ ପ୍ରେମ ସାଗରକୁ ଏତେ ପରିମାଣର ବିସ୍ଫୋରକ ଯୋଗାଉଥିଲା କିଏ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ଚଳିତ ମାସ ୯ ତାରିଖରେ ଖଡ଼ିଆଳ ବ୍ଳକ ଅଧକ୍ଷା ସ୍ବାମୀଙ୍କ ଘରୁ ବିପୁଳ ପରିମାଣରେ ବି‌ସ୍ଫୋରକ ଜବତ କରିଥିଲା ପୋଲିସ। ଏହି ଘଟଣାରେ ବ୍ଳକ ଅଧକ୍ଷାଙ୍କ ସ୍ବାମୀ ପ୍ରେମ ସାଗର ମେହେରଙ୍କୁ ପୁଲିସ ଗିରଫ କରିଥିଲା। ନୂଆପଡା ଭଳି ମାଓପ୍ରବଣ ଜିଲ୍ଲାର ଜଣେ ନିର୍ବାଚିତ ପ୍ରତିନିଧିଙ୍କ ସ୍ବାମୀଙ୍କ ଘରୁ ବିପୁଳ ପରିମାଣର ବି‌ସ୍ଫୋ୍ରକ ସାମଗ୍ରୀ ଆସିଲା କେଉଁଠୁ ? ପ୍ରେମସାଗରଙ୍କୁ କିଏ ବିସ୍ଫୋରକ ସାମଗ୍ରୀ ସପ୍ଲାଏ କରୁଥିଲା ? ବର୍ତ୍ତମାନ ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ପଛରେ ବଡ ଧରଣର ରହିଥିବା ନେଇ ବୁଦ୍ଧିଜୀବୀ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି । ପୁଲିସ ଯଦି ଘଟଣାର ସଠିକ୍ ତଦନ୍ତ କରେ ତେବେ ଏହି ରାକେଟ୍ ର ପର୍ଦ୍ଦାଫାସ୍ ହୋଇ ପାରିବ ବୋଲି କୁହାଯାଉଛି। ସାଧାରଣତଃ ମାଓ କ୍ୟାମ୍ପ ଗୁଡିକରୁ ଏପରି ବିପୁଳ ବି‌ସ୍ଫୋରକ ସାମଗ୍ରୀ ସୁରକ୍ଷାକର୍ମୀ ଜବତ କରିଥାନ୍ତି। କିନ୍ତୁ ଜଣେ ବ୍ଳକ ଅଧକ୍ଷାଙ୍କ ସ୍ବାମୀଙ୍କ ଘରୁ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହେବା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ଳକ ଅଧକ୍ଷାଙ୍କ ସ୍ବାମୀ ପ୍ରେମ ସାଗର ମେହେର କାହାର ଛତ୍ରଛାୟ ତଳେ ରହି ଏତେ ପରିମାଣରେ ବି‌ସ୍ଫୋେରକ ଘରେ ରଖିଥିଲେ। ଏହି ବେଆଇନ କାମ ପଛରେ
ପ୍ରେମ ସାଗରଙ୍କୁ କିଏ ସାହାଯ୍ୟ କରୁଥିଲା। ପ୍ରେମ୍ ସାଗର କାହା ପାଖକୁ ଏହି ବିସ୍ଫୋରକ ସାମଗ୍ରୀ ପଠାଇଥାନ୍ତେ। ଏହା ଉପରେ ପୁଲିସ ତଦନ୍ତ କରିବା ଜରୁରୀ। ମିଳିଥିବା ସୂଚନା ମୁତାବକ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ନୂଆପଡ଼ା ଜିଲ୍ଲା ସମେତ ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାର ମାଇନ୍ସମାନଙ୍କୁ ପଥର ବ୍ଲାଷ୍ଟିଂ କରିବାକୁ ଏହି ବି‌ସ୍ଫୋରକ ସାମଗ୍ରୀ ଯୋଗାଉଥିଲେ । ଖଡ଼ିଆଳକୁ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ଆସିଲା କେଉଁଠୁ, ଏଥିରେ ଆଉ କାହାର ସଂପୃକ୍ତ ରହିଛି, ମେହେର କେଉଁ ଅଞ୍ଚଳକୁ ପଠାଉଥିଲେ? ଏବେ ଏହାର ଖୁଲାସା କରିବା ଜିଲ୍ଲା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି। ସୂଚନାଯୋଗ୍ୟ, ମେ ୯ ତାରିଖରେ ଏସ୍‌ଡିପିଓଙ୍କ ନେତୃତ୍ବରେ ଖଡ଼ିଆଳ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ତୁକୁଲା ଗ୍ରାମର ପ୍ରେମ୍ ସାଗର ( ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ) ଙ୍କ ଘରୁ ୨୯୨୫ ଜେଲେଟିନ ଷ୍ଟିକ,୨୯ ଗୋଟି ସିଲ ପ୍ଲାଟିକ ବସ୍ତା ଏମୋନିୟମ ନାଇଟ୍ରେଟ ୫୦ କେଜି, ଗୋଟିଏ କାର୍ତିନ ସିଲ ୩୪ ବାଣ୍ଡଳ ହାରାହାରି ୮୪୪ ଗୋଟି ଡିଟୋନେଟର, ନଗଦ ୩୨ ହଜାର ୯୦୦ ଟଙ୍କା, ଦୁଇ ଗୋଟି ଟ୍ରାକ୍ଟଟର ଦୁଇ ଗୋଟି କମ୍ପ୍ରେସର ଟ୍ରାକ୍ଟର, ୪ ଗୋଟି ଲୁହା ଶାବଳ ଓ ଗୋଟିଏ ମୋବାଇଲ ଜବତ କରିଥିଲା।

Related Posts