କରୋନାରେ ପାକିସ୍ତାନର ୨୦୦ ରୁ ଅଧିକ ଡାକ୍ତର ପ୍ରାଣ ହରାଇ ସାରିଲେଣି

 (ସତ୍ଯପାଠ  ବ୍ୟୁରୋ) ଭୁବନେଶ୍ୱର: ପାକିସ୍ତାନରେ ମହାମାରି ପ୍ରବେଶ କରିବା ଦିନଠାରୁ ଆଜି ସୁଦ୍ଧା ମୋଟ୍ 8,71 ଲକ୍ଷ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 19,336 କରୋନା ଜନିତ  ମୃତ୍ୟ ଘଟିଛି । ପାକିସ୍ତାନର ସ୍ବାସ୍ଥ୍ୟ ଭିତ୍ତିଭୂମି ସେତେଟା ସଦୃଢ ନୁହେଁ  ଅପରପକ୍ଷେ  ଏହି ସଙ୍କଟ ସମୟରେ  କରୋନାରେ ଯୋଦ୍ଧା ସାଜିଥିବା ଡାକ୍ତର ମାନେ ମୃତ୍ୟ ମୁଖରେ ପଡୁଛନ୍ତି । ପାକିସ୍ତାନରେ  ମହାମାରୀ ଆରମ୍ଭ ହେବା ଦିନଠାରୁ 202 ରୁ ଅଧିକ ଡାକ୍ତର କରୋନା ସଂକ୍ରମିତ ହୋଇ ଦେହାନ୍ତ ହୋଇଥିବାବେଳେ 30 ଜଣ ପାରାମେଡିକ ମଧ୍ୟ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି ବୋଲି ବୁଧବାର ପାକିସ୍ତାନ ମେଡିକାଲ ଆସୋସିଏସନ (PMA) ର ଏକ ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି ।  ଏହି ସମୟରେ, PMA ପାକିସ୍ତାନ ସରକାରଙ୍କୁ କରୋନା ପ୍ରାଣ ହରାଇଥିବା 200 ରୁ ଅଧିକ ଡାକ୍ତରଙ୍କ ପରିବାରକୁ ଅନୁକମ୍ପା ମୂଳକ ପ୍ୟାକେଜ କ୍ଷତିପୂରଣ ପ୍ରଦାନ କରିବାକୁ ଅନୁରୋଧ କରିଛି ।  ଏଥିମଧ୍ୟରୁ 74 ଡାକ୍ତର ପଞ୍ଜାବରୁ ଆସିଥିବା ବେଳେ 64 ଜଣ ସିନ୍ଧର ଥିଲେ।  କରୋନାଭାଇରସ୍ କାରଣରୁ ଦେହାନ୍ତ ହୋଇଥିବା ଡାକ୍ତରଙ୍କ ମଧ୍ୟରେ 53 ଜଣ ଖାଇବର ପଖଟୱାଙ୍କର ହୋଇଥିବାବେଳେ 6 ଜଣ ବାଲୁଚିସ୍ତାନରୁ, 3 ଜଣ ପିଓକେ ଏବଂ ଗିଲଗିଟ-ବେଲୁଚିସ୍ତାନର ଜଣେ ଡାକ୍ତର ଅଛନ୍ତି ।  ପିଏମଏ କହିଛି ଯେ ସଂକ୍ରମଣରେ ପଡ଼ିଥିବା ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ 24 ଜଣ ମେଡିକାଲ ଅଫିସର, 19 ଜଣ ସାଧାରଣ ଚିକିତ୍ସକ ଏବଂ 13 ଜଣ ଶିଶୁ ଚିକିତ୍ସକ ଥିଲେ। ସେମାନଙ୍କ ମଧ୍ୟରେ 9ଜଣ  ମେଡିସିନ ପ୍ରଫେସର  ଓ ସମାନ ସଂଖ୍ୟକ ENT ବିଶେଷଜ୍ଞ  ମଧ୍ୟ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ।  ପ୍ରେସ ବିଜ୍ଞପ୍ତି ଅନୁଯାୟୀ ପାକିସ୍ତାନରେ କରୋନା ଜନିତ ଦେହାନ୍ତ ହୋଇଥିବା ମୋଟ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରେ 7 ଜଣ ସ୍ତ୍ରୀ ରୋଗ ବିଶେଷଜ୍ଞ, 6 ଜଣ ପାଥୋଲୋଜିଷ୍ଟ ଏବଂ 3ଜଣ ସ୍ନାତକୋତ୍ତର ପ୍ରଶିକ୍ଷକ ମଧ୍ୟ ଅଛନ୍ତି।  ମୃତକଙ୍କ ପରିବାରକୁ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଅନୁକମ୍ପାମୂଳକ ରାଶି କ୍ଷତିପୂରଣ ପ୍ରଦାନ କରିବାକୁ ଆସୋସିଏସନ ସରକାରଙ୍କୁ  କହିଛନ୍ତି ।  ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ୍ ସେଣ୍ଟର (NCOC) ର ତଥ୍ୟ ଅନୁଯାୟୀ ପାକିସ୍ତାନ ବୁଧବାର ଦିନ  2,869 କରୋନା ସଂକ୍ରମିତଙ୍କ ମାମଲା ଚିହ୍ନଟ ହୋଇଛି  ।  

Related Posts