ପ୍ରିୟଙ୍କା ଜି, ସ୍କୁଲ ଆଉ କଲେଜରେ କିଏ ବିକିନି ପିନ୍ଧେ କି ? ଅନୁରାଗ ଠାକୁର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ହିଜାବ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟ ଛାଡ଼ିକି ବର୍ତ୍ତମାନ ଏହି ପ୍ରସଙ୍ଗ ସାରା ଦେଶର ବଡ଼ ମୁଦ୍ଦା ହୋଇଛି । ଏହି ପ୍ରସଙ୍ଗ ଉପରେ ରାଜନୈତିକ ଲୋକମାନଙ୍କ ଠାରୁ ସାଧାରଣ ଜନତା ମଧ୍ୟ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ ହିଜାବ ପ୍ରସଙ୍ଗରେ ବଡ଼ ବୟାନ ଦେଇଥିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏପରିକି ତାଙ୍କର ଏହି ବୟାନ ପାଇଁ ଅନେକ ଲୋକ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି । ତେବେ ବିକିନି, ଜିନ୍ସ, ହିଜାବ, ଓଢ଼ଣୀ ହେଉ ମହିଳାମାନଙ୍କ ଉପରେ ନିର୍ଭର କରେ ସେମାନେ କଣ ପିନ୍ଧିବେ ।

ତାଙ୍କର ଏନେଇ ଅଧିକାର ମଧ୍ୟ ଅଛି । ତେଣୁ ଏହି ପ୍ରସଙ୍ଗ ଉପରେ ରାଜନୀତି ନକରିବାକୁ ଅନୁରୋଧ କରୁଛି ବୋଲି ପ୍ରିୟଙ୍କା ଗାନ୍ଧୀ କହିଥିଲେ । ବାସ ଏହା ପରେ ତାଙ୍କର ଏପରି ବୟାନ ପାଇଁ ସମାଲୋଚନା ହେବାରେ ଲାଗିଥିଲେ । ସେପଟେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ପ୍ରିୟଙ୍କା ଗାନ୍ଧୀଙ୍କୁ ସମାଲୋଚନା କରିଥିବାର ଦେଖିବାକୁ ମିଳିଛି । ତେବେ ପ୍ରିୟଙ୍କାଙ୍କୁ ମନେ ରଖିବା ଉଚିତ ଯେ କିଏ ସ୍କୁଲ ଆଉ କଲେଜରେ ବିକିନି ପିନ୍ଧିଥାନ୍ତି ? ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କ ପାଇଁ ୟୁନିଫର୍ମ ଅଛି । ଛାତ୍ରଛତ୍ରୀମାନେ ୟୁନିଫର୍ମ ପିନ୍ଧି ସ୍କୁଲ କଲେଜକୁ ଆସିଥାନ୍ତି ବୋଲି ଅନୁରାଗ ଠାକରୁ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ବର୍ତ୍ତମାନ ପୁଣିଥରେ ଦେଶର ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି ।

Related Posts