“ରାହୁଲ ଗାନ୍ଧୀଙ୍କ ଜାସୁସି କିଏ କାହିଁକି କରିବ ?” : ସମ୍ବିତ ପାତ୍ର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପେଗାସସ୍‌ ଫୋନ୍‌ ଟ୍ୟାପିଂ ମାମଲାରେ ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଜୋରଦାର ଟର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି, ” ନରେନ୍ଦ୍ର ମୋଦୀ ପେଗାସସ୍ ଅସ୍ତ୍ର ମାଧ୍ୟମରେ ମୋ ବିରୋଧରେ ମଧ୍ୟ ଅସ୍ତ୍ରର ପ୍ରୟୋଗ କରାଯାଇଛି । ” ଏହାକୁ ନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଜବାବ ମଧ୍ୟ ଦେଇଛନ୍ତି ।

ସମ୍ବିତ ପାତ୍ର କହିଛନ୍ତି, ‘ ରାହୁଲ ଗାନ୍ଧୀଙ୍କ ଉପରେ ଗୁଇନ୍ଦାଗିରି କରିବାର କୌଣସି କାରଣ ନାହିଁ। ଯଦି ତାଙ୍କ ଫୋନ୍‌ ଟ୍ୟାପିଂ କରାଯାଇଛି ତେବେ ରେ ଏତେ ଦିନ ଚୂପ କାହିଁକି ଥିଲେ ? ଏହାକୁ ବାହାର କରିବା ପାଇଁ ଫରେନ୍ସିକ୍‌ ଡିପାର୍ଟମେଣ୍ଟ ଗଲେ କି ? ଥାନାରେ ଏତଲା ଦେଲେ ନା ନାହିଁ ? କେବଳ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି। କାହିଁକି କେହି ରାହୁଲ ଗାନ୍ଧୀଙ୍କ ଉପରେ ଜାସୁସି କରିବେ ? ସେ କଂଗ୍ରେସ ଦଳ ଚଳାଇବାକୁ ଅସମର୍ଥ। ତାଙ୍କ ଉପରେ ଜାସୁସି କରିବା ଦ୍ଵାରା କ’ଣ ଲାଭ ହେବ ? ରାହୁଲ ଜୀ, ଆପଣ ଆପଣଙ୍କ ଫୋନକୁ ଯାଞ୍ଚ୍ କରିବା ଉଚିତ୍ ବୋଲି ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

“ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୈଠକ ଡାକନ୍ତି, କିନ୍ତୁ କଂଗ୍ରେସ ସେମାନଙ୍କ ବୈଠକକୁ ବୟକଟ କରୁଛି। ଆପଣ (ରାହୁଲ ଗାନ୍ଧୀ) କହୁଛନ୍ତି ଯେ ପେଗାସସ୍ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କୋଭିଡ୍ -19 ନୁହେଁ। ସମ୍ବିତ୍ ପାତ୍ର କହିଛନ୍ତି ଯେ, ଆପଣ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି । ଆପଣ ଲୋକଙ୍କ ସ୍ୱରକୁ ଦମନ କରୁଛନ୍ତି ବୋଲି ବିଜେପି ମୁଖପାତ୍ର ଅଭିଯୋଗ କରିଛନ୍ତି । ”

ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ବିରୋଧୀ ଦଳ “ନିଜ ପରିବାରକୁ ବଞ୍ଚାଇବା” ପାଇଁ ଅଧିକ ଚିନ୍ତିତ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିକାଶ ପାଇଁ କାର୍ଯ୍ୟ କରିବାକୁ ଧ୍ୟାନ ଦେଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ “ବିରୋଧୀ ଦଳ କଣ ଚାହୁଁଛନ୍ତି ? ସେମାନଙ୍କର କେବଳ ଗୋଟିଏ ଲକ୍ଷ୍ୟ ତାହା ହେଉଛି ସେମାନଙ୍କ ପରିବାରକୁ ବଞ୍ଚାଇବା । ରାହୁଲ ଏବଂ ପ୍ରିୟଙ୍କା କେବଳ ରାଜନୈତିକ ସମାଧାନ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିନ୍ତା ହେଉଛି ଭାରତକୁ ବିକାଶ ପଥରେ ନେବା। ବିରୋଧୀ ଏକତାର ଡ୍ରାମାକୁ ଜନସାଧାରଣ ବୁଝନ୍ତି ବୋଲି ସମ୍ବିତ୍ କହିଛନ୍ତି।

ପାତ୍ର ଆହୁରି ମଧ୍ୟ କହିଛନ୍ତି, ପେଗାସସ୍‌ ଉପରେ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଂସଦରେ ଜବାବ ଦେଉଥିଲେ। ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିଲେ। କିନ୍ତୁ ଆପଣମାନେ ମନ୍ତ୍ରୀଙ୍କ ହାତରୁ କାଗଜ ନେଇ ଚିରି ଫିଙ୍ଗିଦେଲେ। ଏହା ଜଣେ ନେତାର ଦାୟିତ୍ବ ନୁହେଁ ବରଂ ଦାୟିତ୍ବହୀନତା ବୋଲି ସମ୍ବିତ ପାତ୍ର କହିଛନ୍ତି। ଏହା ସହ ଆମେ ସଂସଦରେ ଉତ୍ତର ଦେଉଛୁ ବୋଲି ସେ କହିଛନ୍ତି।

ଗତ କାଲି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ , ” ସଂସଦରେ ବିରୋଧୀଙ୍କ ସ୍ୱରକୁ ଚାପି ଦିଆଯାଉଛି, ଆମର ଏକମାତ୍ର ପ୍ରଶ୍ନ ହେଉଛି କେନ୍ଦ୍ର ସରକାର ଇସ୍ରାଏଲର ପେଗାସସ୍ କିଣିଛନ୍ତି କି ନାହିଁ। ସେ ଆହୁରି ମଧ୍ୟ ପଚାରି ଥିଲେ ଯେ ସରକାର ନିଜ ଦେଶର ଲୋକଙ୍କ ବିରୋଧରେ ପେଗାସସ୍ ବ୍ୟବହାର କରିଛନ୍ତି କି ନାହିଁ ଏହାର ଜବାବ ଦେବା ଉଚିତ। କେନ୍ଦ୍ର ସରକାର ଏହି ସ୍ପାଇୱୟାରକୁ ନିଜ ଦେଶର ଲୋକଙ୍କ ବିରୋଧରେ ବ୍ୟବହାର କରିଛନ୍ତି କି ନାହିଁ ଏହାର ଉତ୍ତର ଆମେ ଏହା ଜାଣିବାକୁ ଚାହୁଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସମୂହ ରିପୋର୍ଟ ପ୍ରକାଶ କରିଥିଲା ଯେ ଇସ୍ରାଏଲ କଂପାନୀ NSO ଦ୍ବାରା ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ଭାରତରେ 300 ରୁ ଅଧିକ ମୋବାଇଲ୍ ନମ୍ବର ଉପରେ ନଜର ରଖାଯାଇଛି। ଏଥିରେ ଦୁଇ ମନ୍ତ୍ରୀ, 40 ରୁ ଅଧିକ ସାମ୍ବାଦିକ, ତିନି ବିରୋଧୀ ନେତା ଏବଂ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟ ସାମିଲ ଥିଲେ। ଏହି ପ୍ରସଙ୍ଗରେ ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ସରକାର ପ୍ରତ୍ୟାଖ୍ୟାନ କରୁଛନ୍ତି। ଏହି ମାମଲାରେ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟ ତତ୍ବାବଧାନରେ ତଦନ୍ତ କରିବା ପାଇଁ ଦାବି କରି ଆସୁଛନ୍ତି।

Related Posts