
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପେଗାସସ୍ ଜାସୁସି ଏବେ ବିଜେପି ପାଇଁ ଅଡୁଆ ସୃଷ୍ଟି କରିଛି। ଏହାକୁ ନେଇ ଗତ ରବିବାର ଠାରୁ ବିବାଦ ବଢିବାରେ ଲାଗିଛି। ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ପୁଣି ଥରେ ପେଗାସସ୍ ମାମଲାରେ ବିଜେପି ସରକାର ଉପରେ ହମଲା କରିଛନ୍ତି । ଏବଂ ଏହି ମାମଲାର ଫଣ୍ଡିଂର ଯାଞ୍ଚ ଦାବି କରିଛନ୍ତି।
ଅଭିଯୋଗ ମୁତାବକ ବିରୋଧୀ ଦଳର ନେତା, ସାମ୍ବାଦିକ, ମନ୍ତ୍ରୀ, ଓକିଲ, ବିଜନେସ୍ ମ୍ୟାନ୍ ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ଙ୍କ ସମେତ ପ୍ରାୟ ୩୦୦ ବ୍ୟକ୍ତିଙ୍କ ଫୋନ୍ ଇସ୍ରାଏଲର ଗୁପ୍ତଚର ଆପ୍ ପେଗାସସ୍ ଦ୍ବାରା ଟ୍ୟାପ୍ ହୋଇଛି। ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ କେବଳ 2019 ରେ ପେଗାସସ୍ ଗୁଇନ୍ଦାଗିରି ପାଇଁ 48 ମିଲିୟନ୍ ଡଲାର୍ ( ୨୯୮ କୋଟି ଟଙ୍କା) ଖର୍ଚ୍ଚ ହୋଇଛି।
ପାର୍ଟି ମୁଖପାତ୍ର ସାମାନାରେ ପ୍ରକାଶିତ ଏକ ସମ୍ପାଦକୀୟରେ ସଞ୍ଜୟ ରାଉତ ଲେଖିଛନ୍ତି ଯେ ରିପୋର୍ଟ ଅନୁଯାୟୀ 50 ଟି ଫୋନର ଜାସୁସି କରିବା ପାଇଁ 8 ମିଲିୟନ ଡଲାର ଖର୍ଚ୍ଚ ହୋଇଛି। 2019 ରେ 300 ଲୋକଙ୍କ ଫୋନରେ ଜାସୁସି ପାଇଁ 48 ମିଲିୟନ ଡଲାର ଖର୍ଚ୍ଚ ହୋଇଥିଲା। ସେ କହିଛନ୍ତି ଯେ ଏହି ସଂଖ୍ୟା କେବଳ 2019 ର 2020 ଏବଂ 2021 ରେ, ଅଧିକ ଖର୍ଚ୍ଚ ହୋଇଥାଇ ପାରେ। ରାଉତ ପ୍ରଶ୍ନ କରିଛନ୍ତି ଯେ କାହା ପକେଟରୁ ଏହି ଟଙ୍କା ଖର୍ଚ୍ଚ ହୋଇଛି। ଏହା କେବଳ ତଦନ୍ତ ମାଧ୍ୟମରେ ଜଣାପଡିବ।
ହିରୋସିମାରେ ବୋମା ବିସ୍ଫୋରଣ କରିବା ଭଳି ଘଟଣା:-
ପ୍ରଥମେ ରିପୋର୍ଟ ପ୍ରକାଶ ପାଇଥିଲା ଯେ 38 ଜଣ ଭାରତୀୟ ସାମ୍ବାଦିକଙ୍କ ଫୋନ୍ ହ୍ୟାକ୍ କରାଯାଇଛି । ଏହା ବ୍ୟତୀତ ବିଶ୍ଵର ପ୍ରାୟ 180 ସାମ୍ବାଦିକଙ୍କ ନମ୍ବର ମଧ୍ୟ ହ୍ୟାକ୍ ହୋଇଥିବା ରିପୋର୍ଟରେ କୁହାଯାଇଛି। ଏହା ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ପୂର୍ବତନ ନିର୍ବାଚନ କମିଶନର ଅଶୋକ ଲାଭସା ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ୱାନୀ ବୈଷ୍ଣବ ମଧ୍ୟ ଇସ୍ରାଏଲର ପେଗାସସ ଟାର୍ଗେଟରେ ଥିବା ଜଣାପଡିଥିଲା। ସଞ୍ଜୟ ରାଉତ ସାମ୍ନାରେ ଲେଖିଛନ୍ତି ଯେ ଏହି ତାଲିକାରେ 100 ଜଣ ସାମ୍ବାଦିକ ବିଜେପି ସରକାରଙ୍କ କାର୍ଯ୍ୟକଳାପକୁ ପ୍ରକାଶ କରୁଛନ୍ତି।
ଏହି ସାମ୍ବାଦିକମାନଙ୍କ ମଧ୍ୟରୁ ଜଣେ ଝାଡଖଣ୍ଡର, ଯିଏକି ଝାଡଖଣ୍ଡରେ ଆଦିବାସୀମାନଙ୍କ ଫେକ୍ ଏନକାଉଣ୍ଟର ଘଟଣାର ପର୍ଦ୍ଦାଫାସ୍ କରିଥିଲେ। ରାଉତ କହିଛନ୍ତି ଯେ ପେଗାସସ୍ ଘଟଣା ହିରୋସିମା ଉପରେ ପଡିଥିବା ପରମାଣୁ ବୋମାଠାରୁ କମ୍ ନୁହେଁ। ସେଠାରେ ଲୋକଙ୍କୁ ହତ୍ୟା କରାଯାଇଥିଲା, ଏଠାରେ ଲୋକଙ୍କ ସ୍ବତନ୍ତ୍ରତାକୁ ହତ୍ୟା କରାଯାଉଛି।
ରାଜନେତା, ମାନବାଧିକାର କର୍ମୀ, ସାମ୍ବାଦିକ ଏବଂ ଦେଶର ଦୁଇ ମନ୍ତ୍ରୀଙ୍କୁ ଜାସୁସି କରିବା ପାଇଁ ପେଗାସସ୍ ବ୍ୟବହୃତ ହୋଇଥିବା ନେଇ ରିପୋର୍ଟରେ ଦାବି କରାଯାଇଥିଲା। ଗତ ରବିବାର ଠାରୁ ଭାରତୀୟ ରାଜନୀତିରେ ପେଗାସସ୍ ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଛି ।
ସୋମବାର ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ଥିଲା କିନ୍ତୁ ପେଗାସସ୍ ମାମଲା ଯୋଗୁଁ ଉତ୍ତେଜନା କାରଣରୁ ଉଭୟ ଗୃହ ଅଚଳ ହୋଇଯାଇଥିଲା। ଗତ ରବିବାର ଦିନ, ଆନ୍ତର୍ଜାତୀୟ କନ୍ସୋର୍ଟିୟମ୍ ରିପୋର୍ଟ କରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରିପୋର୍ଟ ପ୍ରକାଶ କରିଥିଲା। ରିପୋର୍ଟ ଅନୁଯାୟୀ ଇସ୍ରାଏଲ୍ କମ୍ପାନୀ NSO ଗ୍ରୁପ୍ ସାରା ବିଶ୍ୱରେ ରାଜନେତା, ଆକ୍ଟିଭିସ୍ଟ ଏବଂ ସାମ୍ବାଦିକଙ୍କ ଫୋନ୍ ହ୍ୟାକ୍ କରୁଥିଲା।