ହିମାଚଳ ପ୍ରଦେଶରେ ଭୁସ୍କଳନ, ଚଳନ୍ତା ଗାଡି ଉପରେ ପଡିଲା ବିରାଟକାୟ ପଥର, ୯ ଜଣ ମୃତ

himachal

(ସତ୍ୟପାଠ ବ୍ୟୁରୋ) ଭବନେଶ୍ୱର: ହିମାଚଳ ପ୍ରଦେଶର କିନୌର ଜିଲ୍ଲାରେ ଘଟିଛି ଏକ ଛାତିଥରା ଘଟଣା । ଏକ ଭୁସ୍କଳନରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ କିନୌର ଜିଲ୍ଲାର ବାଟସେରୀର ଗୁନସା ନିକଟରେ ଭୁସ୍କଳନ ହୋଇଥିଲା । ଯାହଫଳରେ ରାସ୍ତାରେ ଯାଉଥିବା ଏକ ପର୍ଯ୍ୟଟକ ଗାଡି ଓଲଟି ପଡିଥିଲା । ଏହି ଗାଡିରେ ସର୍ବମୋଟ ୧୧ ଜଣ ଥିଲେ । ଗାଡି ଉପରେ ପଥର ଖସିଯିବାରୁ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ଘଟିଥିବାର ଖବର ସାମ୍ନାକୁ ଆସିଛି । କାରରେ ଥିବା ପର୍ଯ୍ୟଟକମାନେ ଦିଲ୍ଲୀ ଏବଂ ଚଣ୍ଡିଗଡରୁ ହିମାଚଳ ପରିଦର୍ଶନ କରିବାକୁ ଆସିଥିଲେ ।

୮ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବାବେଳେ ହସ୍ପିଟାଲ ନେବା ବାଟରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା । ଯାତ୍ରୀଙ୍କ ସମେତ ଏହି ଦୁର୍ଘଟଣାରେ ଜଣେ ସ୍ଥାନୀୟ୍ର ଲୋକ ମଧ୍ୟ ଆହତ ହୋଇଛି । ଅପରିପକ୍ଷେ ଭୁସ୍ପଳନ ହେବା ଦ୍ୱାରା ଆହୁରି ଅନେକ ଗାଡି ଗୁଡିକ ନଷ୍ଟ ହୋଇଛି । କିନ୍ତୁ ସମସ୍ତେ ଆହତ ହୋଇଛନ୍ତି ବୋଲି ଖବର ମିଳିଛି । ଏହା ସହ ଏହି ଭୂସ୍କଳନ ଫଳରେ ବଟସେରୀ ପୁଲ ମଧ୍ୟ ଭାଙ୍ଗିଯାଇଛି । ଏହାର ପ୍ରଭାବରେ ସ୍ଥାନୀୟ ଘର ଗୁଡିକ ମଧ୍ୟ ଭାଙ୍ଗିଯାଇଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପପରେ ପୁଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ କଂଗ୍ରେସ ବିଧାୟକ କହିଛନ୍ତି, ପାହାଡରୁ ଲଗାତାର ପଥର ଖସି ପଡୁଛି । ଯାହାଫଳରେ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଛି । ଅନ୍ୟପଟେ ଆହତମାନଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ ସରକାରଙ୍କ ତରଫରୁ ହେଲିକପ୍ଟର ମଗାଯାଇଛି ।

Related Posts