ସୌମ୍ୟଙ୍କୁ କାହିଁକି ମନ୍ତ୍ରୀ କରୁନାହାନ୍ତି ନବୀନ?

ଭୁବନେଶ୍ୱର,୨୭/୫(ସତ୍ୟପାଠ ବ୍ୟୁରୋ): ବରିଷ୍ଠ ସାଂବାଦିକ, ସ୍ତମ୍ଭକାର, ନେତା, ସାହିତ୍ୟ ଅନୁରାଗୀ, ଭାଷା ସଂଗଠକ ହେଉଛନ୍ତି ସୌମ୍ୟ ରଂଜନ ପଟନାୟକ। ବିଜେଡିରେ ଆଜି ଦିନରେ ଏଭଳି ଅନୁଭବି ଓ ଉଚ୍ଚଶିକ୍ଷିତ ବିଧାୟକ ଖୋଜିଲେ ମିଳିବା କଷ୍ଟ। ତାପରେ ବି ସୌମ୍ୟଂକୁ ମନ୍ତ୍ରୀ କରିବାକୁ ନାରାଜ ମୁଖ୍ୟମନ୍ତ୍ରୀ ନବୀନ।

ସୌମ୍ୟଂକ ସମର୍ଥକଂକ ଗୋଟିଏ ପ୍ରଶ୍ନ, କାହିଁକି ନବୀନ ସୌମ୍ୟଂକୁ ମନ୍ତ୍ରୀମଣ୍ଡଳରେ ନେଉନାହାନ୍ତି ? ଷୋଳ କଳା ସଂପର୍ଣ ସୌମ୍ୟଂକଠୁ ଆଉ କେତେ କଳା ଖୋଜୁଛନ୍ତି ନବୀନ?

ତେବେ ସୌମ୍ୟଂକୁ ମନ୍ତ୍ରୀ ନ କରିବା ପଛର ଯେଉଁ କେତେକ କାରଣ ଆଲୋଚନା ହେଉଛି ତା ହେଲା- ବଶତା, ବିଶ୍ବାସ ଓ ବିଶ୍ବସ୍ଥତା। ନବୀନଂକ ଧାରଣା ଯେ ସୌମ୍ୟଂକୁ ସଂପୂର୍ଣ ବିଶ୍ବାସ କରାଯାଇ ନ ପାରେ। ଦ୍ବିତୀୟରେ, ନବୀନଂକ ଅନମାନ ଯେ, ସୌମ୍ୟ ତାଂକୁ ଓ ତାଂକର ଏକାନ୍ତ ଅନୁଗତ ସଚିବଂକର ବିଶ୍ବସ୍ଥ ହୋଇ ରହିବେ ନାହିଁ| ତୃତୀୟରେ, ସୌମ୍ୟ ନା ତ ନବୀନ ନା ତାଂକର ବ୍ୟୁରୋକ୍ରାଟ୍ ଟିମ୍ ର ବଶତା ସ୍ବୀକାର କରିବେ ନାହିଁ। କାରଣ ସୌମ୍ୟଂକର ପୁରୁଣା ଟ୍ରାକ୍ ରେକର୍ଡ କହୁଛି ସେ ବହୁ ଦଳ ବଦଳ କରିଛନ୍ତି, ବହୁ ନେତାଂକ ସହ କାମ କରିଛନ୍ତି ମାତ୍ର କେଉଁଠିବି ନିଜର ବିଶ୍ବସ୍ଥତା ବଜାୟ ରଖିପାରିନାହାନ୍ତି।

ଅନେକଂକର କହିବା କଥା ସୌମ୍ୟଂକୁ ମନ୍ତ୍ରୀ ନ କରିବା ପଛରେ ନବୀନଂକ ଅପେକ୍ଷା ବ୍ୟୁରୋକ୍ରାଟ ଲବି ଅଧିକ ଦାୟୀ। ନବୀନଂକ ଭୟ ସୌମ୍ୟଂକ ଉଚ୍ଚାକାଂକ୍ଷା। ରାଜ୍ୟବ୍ୟାପୀ ସମସ୍ତଂକୁ ଜଣା ଯେ ସୌମ୍ୟଂକ ନଜର ରହିଛି ମୁଖ୍ୟମନ୍ତ୍ରୀ ଚୌକି ଉପରେ। ଏହାର ଆଭାସ ବି ନବୀନଂକୁ ମିଳିସାରିଛି । ସେହି କାରଣରୁ ମନ୍ତ୍ରୀପଦ ଦେଇ ସୌମ୍ୟଂକ ପତିଆରାକୁ ଦଳ ଭିତରେ ଅଧିକ ମଜବୁତ କରିବାକୁ ନବୀନ। କାରଣ ସୌମ୍ୟଂକ ପାଖରେ ରାଜନୈତିକ ଲିଗାସି ରହିଛି, ପ୍ରଚୁର ଅର୍ଥ ବି ରହିଛି, ହାତରେ ରହିଛି ରାଜ୍ୟର ସବୁଠୁ ବଡ ମିଡିଆ ହାଉସ୍। ତେଣୁ ନବୀନଂକ ଭୟ ସୌମ୍ୟଂକୁ ମନ୍ତ୍ରୀ କରିବା ଅର୍ଥ ଦଳଭିତରେ ଗୃପିଜିମ୍ ର ମଂଜି ପୋତିବା।

Related Posts