ମୋଦି କାହିଁକି କରୁନାହାନ୍ତି ପ୍ରେସ କନଫେରେନ୍ସ ? ଟେଲିପ୍ରୋମ୍ପଟର ଧରେଇଦେଲା କାରଣ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ୱାଲ୍ଡ ଇକୋନମି ଫୋରମର ଭଚ୍ୟୁଆଲ ଅଧିବେଶନରେ ଭାଷଣ ଦେବା ସମୟରେ କିଛି ସମୟ ଅଟକି ଯାଇଥିଲେ । ଏହା ପରେ ସୋସିଆଲ ମିଡିଆରେ ଏହା ଏକ ବଡ଼ ପ୍ରସଙ୍ଗ ପାଲଟିଥିଲା । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଏହି ଥଙ୍ଗେଇବା ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଥିଲା । ଏପରିକି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ସମସ୍ତ ବିରୋଧୀ ଦଳର ନେତାଙ୍କ ସହ ସାଧାରଣ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓ ଉପରେ ନିଜର ମତାମତ ଦେଇଥିଲେ । ଅନ୍ୟପଟେ ଭଚ୍ୟୁଆଲ ଅଧିବେଶନରେ ପ୍ରଧାନମନ୍ତ୍ରୀ ଆମ ଭାରତୀୟଙ୍କ ସ୍ୱଭାବ. ଆମ ଭାରତୀୟଙ୍କ ପ୍ରତିଭା କହୁଥିବା ସମୟରେ ଥଙ୍ଗେଇଥିଲେ । ଏହା ପରେ ସେ ଚାରିଆଡ଼କୁ ଚାହିଁଥିଲେ । ତାଙ୍କ କାର୍ଯ୍ୟକ୍ରମର ଖାସ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଜୋର ଭାଇରାଲ ହେବାରେ ଲାଗିଥିଲା । ଏପରିକି ଟେଲିପ୍ରୋମ୍ପଟର ମୋଦି ନାମରେ ଟ୍ୱିଟରରେ ମଧ୍ୟ ଏହା ଟ୍ରେଣ୍ଡିଂ କରିବାରେ ଲାଗିଥିଲା ।

ସେପଟେ ଏହି ହ୍ୟାସଟ୍ୟାଗ୍ ସହିତ ଲୋକମାନେ ମନ୍ତବ୍ୟ ଦେବା ଆରମ୍ଭ କଲେ ଯେ ଯଦି ଟେଲିପ୍ରୋମ୍ପର୍ ବନ୍ଦ ହୋଇଯାଏ, ତାହାଲେ ପ୍ରଧାନମନ୍ତ୍ରୀ କହିପାରିବେ ନାହିଁ । କଂଗେସ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାପୁ ପଛାଇ ନାହାନ୍ତି । ତେବେ ମୋଦିଙ୍କ ମିଛ ଟେଲିପ୍ରୋମ୍ପଟର ମଧ୍ୟ ସମ୍ଭାଳି ପାରିଲା ନାହିଁ ବୋଲି ଟ୍ୱିଟ କରି କହିଛନ୍ତି । ସେହିପରି ସମାଜବାଦୀ ନେତା ଆଇପି ସିଂହ ମଧ୍ୟ ମୋଦିଙ୍କ ଏହି ଭିଡିଓରେ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ଆଜି ଟେଲିପ୍ରୋମ୍ପଟର ଖରାପ ହେବା ପରେ ମୋଦିଙ୍କ ଝାଳ ବାହାରି ଯାଇଥିଲା । ଏହା ପରେ ଚାରିଆଡ଼େ ଦେଖିବା ଆରମ୍ଭ କରିଥିଲେ । ସେଥିପାଇଁ ବାରମ୍ବାର କୁହାଯାଇଛି ଯେ ବାରମ୍ବାର ନକଲ କରନ୍ତୁ ନାହିଁ । ଜ୍ଞାନ ସହିତ କାମ କରନ୍ତୁ । କିନ୍ତୁ ସାରା ଏହାକୁ ବିଶ୍ୱାସ କରନ୍ତି ନାହିଁ । ଯାହାର ଫଳ ଆମକୁ ଦେଖିବାକୁ ମିଳିଛି ବୋଲି ଏସପି ନେତା ଆଇପି ସିଂହ କହିଛନ୍ତି । ୍େଣସହିପରି ପୂର୍ବତନ ଆଇଏସ ଅଧିକାରୀ ସୂର୍ଯ୍ୟ ପ୍ରତାପ ସିଂହ ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଆପଣ ସେଠାରେ ନାହାଁନ୍ତି ଏବଂ ଆପଣଙ୍କୁ ପ୍ରଥମେ ଭୟ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

ସେପଟେ ଆଜି ୧୪୦ କୋଟି ଦେଶବାସୀ ଜାଣିବାକୁ ପାଇଛନ୍ତି ଯେ ପ୍ରଧାନମନ୍ତ୍ରୀ କାହିଁକି ଦୀର୍ଘ ଆଠ ବର୍ଷ ଧରି ପ୍ରେସ କନଫରେନ୍ସ କରୁନାହାନ୍ତି । କାହିଁକିନା ଟେଲିଭିଜନ ଅପରେଟର ଯଦି ଟେଲିପ୍ରୋମ୍ପଟରକୁ ଚଳାଇବାରେ ଅସମର୍ଥ ହୁଅନ୍ତି ତାହାଲେ ମୋଦି ଗୋଟିଏ ଶବ୍ଦ ମଧ୍ୟ ଉଚ୍ଚାରଣ କରିପାରିବେ ନାହିଁ । ଯାହା ମୋଦିଙ୍କୁ ଆହୁରି ଯନ୍ତ୍ରଣା ଦେବ । ତେଣୁ ଦୀର୍ଘ ଆଠ ବର୍ଷ ଧରି ପ୍ରଧାନମନ୍ତ୍ରୀ ପ୍ରେସକନଫରେନ୍ସ କରୁନାହାନ୍ତି ବୋଲି ଚଳଚ୍ଚିତ୍ର ନିର୍ମାତା ବିନୋଦ କାଫ୍ରି କହିଛନ୍ତି । ସେପଟେ ୱାଲ୍ଡ ଇକୋନମି ଫୋରମର ଭଚ୍ୟୁଆଲ ଅଧିବେଶନରେ ମୋଦି ଭାଷଣ ଦେବା ସମୟରେ ଥଙ୍ଗେଇବାକୁ ନେଇ ସୋସିଆଲ ମିଡିଆରେ ମୋଦି ଭୟଙ୍କର ଟ୍ରୋଲର ଶିକାର ହୋଇଛନ୍ତି । ଭାଷଣ ଦେବାବେଳେ ହଠାତ ମୋଦିଙ୍କ ଟେଲିପ୍ରୋମ୍ପଟର ଖରାପ ହୋଇଯାଇଥିଲା ।

ମୋଦି ଅନଲାଇନାରେ ଭାଷଣ ଦେବା ସମୟରେ ଟେଲିପ୍ରୋମ୍ପଟର କନେକ୍ସନ କଟି ଯାଇଥିଲା । ଏବଂ ଦେଖାଦେଇଥିଲା ମୋଦି ବାମ ଡ଼ାହାଣକୁ ବ୍ୟସ୍ତ ଭାବରେ ଅନାଉଛନ୍ତି ସାହାଯ୍ୟ ପାଇଁ । ଯେପରିକି ସାଇଡରେ ବସିଥିôବାକୁ ଲୋକଙ୍କୁ ଅନାଉଥିବା ଭଳି ଲାଗୁଛି । ତାପରେ ଭାଷଣରେ କଣ କହିବେ ସେ ଶବ୍ଦ ଖୋଜିବାରେ ବ୍ୟସ୍ତଥିବା ଭଳି ଲାଗୁଥିଲେ । ଏପରିକି କିଛି କହିବାକୁ ଚେଷ୍ଟା ମଧ୍ୟ କହିଥିଲେ କିନ୍ତୁ ସେ କିଛି କହି ପାରିନଥିଲେ । ମୋଟ ଉପରେ ପ୍ରଧାନମନ୍ତ୍ରୀ ୧୦ ସେକେଣ୍ଡ ପାଇଁ ଚୁପ ରହିଲେ । ସେପଟେ ବିଶ୍ୱର ବହୁ ପ୍ରମୁଖ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ତଥା ଅର୍ଥନୀତିଜ୍ଞମାନଙ୍କ ସମ୍ମୁଖରେ ମୋଦି ଭାଷଣ ମୋଝିରେ ହଟବଡେଇବା ଯୋଗୁଁ ଅପ୍ରତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

Related Posts