ମୋକିମଙ୍କ ନାଁ ଧରିଲେ ବାଧୁଛି: ସାମ୍ବାଦିକଙ୍କୁ ନିରଞ୍ଜନଙ୍କ ନାଲିଆଖି

0 4,599

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ନିରଞ୍ଜନଙ୍କ ପାଇଁ ଏବେ ସବୁଠୁ ବଡ଼ ଟେନସନ୍ ମୋକିମ । ଏବେ ପରିସ୍ଥିତି ଆଉ ଛକାପଞ୍ଝାରେ ନାହିଁ । କୋଲ୍ଡ ୱାରରୁ ଏବେ ଫ୍ରଣ୍ଟ ୱାରକୁ ଆସିଛନ୍ତି ନିରଞ୍ଜନ । ପରିସ୍ଥିତି ଏଭଳି ହୋଇଛି ଯେ ମୋକିମଙ୍କ ନାଁ ଶୁଣିଲେ ଏବେ ନିରଞ୍ଜନଙ୍କ ନାହି ଡେଉଁଛି । ମହମ୍ମଦ ମୋକିମଙ୍କୁ ନେଇ ସାମ୍ବାଦିକ ପ୍ରଶ୍ନ ପଚାରିଲା ବେଳକୁ ନିରଞ୍ଜନଙ୍କ ରାଗର ପାରା ପଞ୍ଚମକୁ ଚଢ଼ିଯାଉଛି । ଆଗରୁ ସାମ୍ବାଦିକଙ୍କ ସହ ଯେଉଁ ବ୍ୟକ୍ତି ବିଭିନ୍ନ ପ୍ରସଙ୍ଗରେ ହସ ଖୁସୀ କରି ଆଲୋଚନା କରୁଥିଲେ । ଏପରିକି ପ୍ରସଙ୍ଗ ଥାଉ ବା ନଥାଉ ସାମ୍ବାଦିକଙ୍କ ସହ ଥଟ୍ଟାମଜା ହେଉଥିଲେ ଏବେ ନାଲିଆଖି ଦେଖାଉଛନ୍ତି ।

ସାମ୍ବାଦିକଙ୍କୁ ନିରଞ୍ଜନଙ୍କ ନାଲିଆଖି

‘Don’t Ask our Internal Affairs, Don’t Ask…, କାହିଁକି ଇଆଡୁସିଆଡ଼ୁ କଥା କହୁଛ’ ବୋଲି ବି କହିବାକୁ ପଛାଇ ନାହାନ୍ତି ନିରଞ୍ଜନ । ଯଦିଓ ଜଣେ ବରିଷ୍ଠ ରାଜନେତା ଭାବେ ସେ ଭଲ ଭାବେ ଜାଣିଛନ୍ତି ଯେ ଗୋଟିଏ ରାଜନୈତିକ ଦଳର କଥା ତାହା ପୁଣି ମଙ୍ଗୁଆଳଙ୍କୁ ନେଇ ହୋଇଥାଏ ତାହା କେବେ ଇଣ୍ଟରନାଲ ହୋଇନଥାଏ ବଂର ଏହା ରାଜ୍ୟବାସୀଙ୍କ ପ୍ରସଙ୍ଗ ହୋଇଥାଏ । ଆଉ ସେହି କଥା ଜାଣିବାର ଅଧିକାର ରାଜ୍ୟବାସୀଙ୍କର ଅଛି । ସବୁ କଥା ଜାଣି ବି ତାକୁ ଇଣ୍ଟରନାଲ ଆଫାୟାର୍ସ କହି ସାମ୍ବାଦିକଙ୍କୁ ଏଭଳି ନାଲିଆଖି ଦେଖାଇବା ଦର୍ଶାଉଛି ନିରଞ୍ଜନଙ୍କୁ ‘ଧୀର ଝଟ୍‌କା ଜୋର୍‌ରେ ଲାଗିଛି’ ।

Leave A Reply

Your email address will not be published.