“ବିଜେପି ନେତାଙ୍କ ଘରେ କୌଣସି କେନ୍ଦ୍ରୀୟ ଏଜେନ୍ସି କାହିଁକି ରେଡ୍ କରୁନାହାନ୍ତି ?”: ତେଜସ୍ଵୀ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କେରଳର ଏକ କାର୍ଯ୍ୟକ୍ରମରେ ବୟାନ ଦେଇ କହିଥିଲେ ଯେ, କିଛି ଦଳ ଭ୍ରଷ୍ଟାଚାରୀ ମାନଙ୍କୁ ରକ୍ଷା କରୁଛନ୍ତି । ତେବେ ଏହି ମନ୍ତବ୍ୟ ଉପରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ତେଜସ୍ଵୀ ପ୍ରଶ୍ନ କରିଛନ୍ତି କି, “କୌଣସି କେନ୍ଦ୍ରୀୟ ଏଜେନ୍ସି କେବେ ମଧ୍ୟ ବିଜେପି ନେତାଙ୍କ ଘରେ କାହିଁକି ରେଡ୍ କରୁ ନାହାନ୍ତି ?” ସେ ଆହୁରି କହିଛନ୍ତି ଯେ, ଦେଶରେ ବିଜେପିର ୧୦୦୦ ରୁ ଅଧିକ ବିଧାୟକ ଏବଂ ୩୦୦ ରୁ ଅଧିକ ସାଂସଦ ରହିଛନ୍ତି । ଆଜି ଯାଏ କ’ଣ କେବେ କାହା ଘରେ ରେଡ ହୋଇଛି । ବିଜେପି ନେତାଙ୍କ ଘରେ ରେଡ ହେଉନାହିଁ ତାହେଲେ ସେମାନଙ୍କୁ କିଏ ବଞ୍ଚାଉଛି ? ଯେଉଁ ଲୋକମାନେ ବିରୋଧୀଙ୍କୁ କହୁଛନ୍ତି ସେମାନେ ହିଁ ନିଜ ଦଳର ଭ୍ରଷ୍ଟ ନେତାଙ୍କୁ ଉଦ୍ଧାର କରୁଛନ୍ତି, ଏହା ସମସ୍ତଙ୍କ ଆଗରେ ସ୍ପଷ୍ଟ ହୋଇ ଯାଇଛି।

ତେବେ ଠିକ୍ ସମାନ ପ୍ରଶ୍ନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମଧ୍ୟ ପଚରା ଯାଇଥିଲା । ଯାହାର ଉତ୍ତର ଦେଇ ନୀତିଶ କହିଛନ୍ତି ଯେ, ତାଙ୍କୁ ଜଣା ନାହିଁ କିଏ ଭ୍ରଷ୍ଟାଚାରୀ ମାନଙ୍କୁ ସୁରକ୍ଷା ଦେଉଛି। ଯେଉଁମାନେ ଏଭଳି ବୟାନ ଦେଉଛନ୍ତି ସେମାନେ ନିଜ ଦଳ ଉପରେ ଟିକେ ଆଖି ପକାନ୍ତୁ ବୋଲି ନୀତିଶ କହିଛନ୍ତି। ନୀତିଶ ଆହୁରି କହିଛନ୍ତି ଯେ, ବିହାରରେ ଆମେ କେବେ କୌଣସି ଭ୍ରଷ୍ଟାଚାରକୁ ପ୍ରାଧାନ୍ୟ ଦେଇନାହୁଁ।

Related Posts