ସକ୍ରିୟ ରାଜନୀତିକୁ ଆସିବେ ନାହିଁ ରଜନୀକାନ୍ତ, ରାଜ୍ୟପାଳଙ୍କୁ ଭେଟିବା ପରେ କଲେ ଘୋଷଣା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସକ୍ରିୟ ରାଜନୀତିକୁ ଓହ୍ଲାଇବେ ନାହିଁ ସାଉଥ୍‌ ସୁପର ଷ୍ଟାର ରଜନୀକାନ୍ତ। ତାଙ୍କର ରାଜନୀତିରେ ରୁଚିନଥିବା ସେ ଆଜି ସ୍ପଷ୍ଟ କରିଛନ୍ତି। ଏଥିସହ ରାଜନୀତିରେ ରଜନୀକାନ୍ତ ଏଣ୍ଟ୍ରିମାରିବା ନେଇ ଦୀର୍ଘ ଦିନ ଧରି ଯେଉଁ ଚର୍ଚ୍ଚା ଚାଳିଥିଲା ସେଥିରେ ସେ ପୂର୍ଣ୍ଣଛେଦ ପକାଇଛନ୍ତି। ଆଜି ତାମିଲନାଡ଼ୁ ରାଜ୍ୟପାଳ ଆରଏନ ରଭିଙ୍କୁ ରଜନୀକାନ୍ତ ଭେଟିଥିଲେ। ଏହି ଅବସରରେ ଖୁବ ଶୀଘ୍ର ସେ ରାଜନୈତି ଦଳ ଗଠନ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେ ଚର୍ଚ୍ଚାର ଅବସାନ ଘଟାଇଛନ୍ତି। ପୂର୍ବରୁ ରାଜନୀତି ପ୍ରତି ରୁଚି ରଖିଥିବା ରଜନୀକାନ୍ତ ଏକ ରାଜନୈତିକ ଦଳ ଗଠନ ନେଇ ତାଙ୍କ ପ୍ରଂଶସମାନଙ୍କୁ କହିଥିଲେ । ଏହା ପରେ ସେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିବାରୁ ଏହି ଚର୍ଚ୍ଚା ଆହୁରି ଘନେଇ ଥିଲା। ହେଲେ ରାଜ୍ୟପାଳଙ୍କୁ ଭେଟିବା ପରେ ସେ ଯେଉଁ ଉତ୍ତର ରଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି ।

ରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ରଜନୀକାନ୍ତ କହିଛନ୍ତି ଯେ, ତାଙ୍କର ରାଜନୀତିରେ ପ୍ରବେଶ କରିବାର ଇଚ୍ଛା ନାହିଁ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ରାଜ୍ୟପାଳଙ୍କ ସହ ୨୫ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ଆଲୋଚନା ହୋଇଛି। ରାଜ୍ୟପାଳ ଜଣେ ଉତ୍ତରଭାରତୀୟ ହୋଇଥିଲେ ମଧ୍ୟ ସେ ତାମିଲ ଲୋକଙ୍କ କଠିନ ପରିଶ୍ରମ ଏବଂ ସଚ୍ଚୋଟପଣିଆକୁ ବେଶ ପସନ୍ଦ କରନ୍ତି ବୋଲି କହିଛନ୍ତି। ତେବେ ରାଜନୀତି ବିଷୟରେ କୌଣସି ଆଲୋଚନା ହୋଇଥିଲା କି ବୋଲି ପ୍ରଶ୍ନ ହେବାରୁ ସେ ଏହାର ଉତ୍ତର ଦେବାକୁ ଉଚିତ ମଣି ନଥିଲେ। ବରଂ କହିଥିଲେ ମୁଁ ଗଣମାଧ୍ୟମକୁ କ୍ଷମା ମାଗୁଛି। ଏହି ଅବସରରେ ଅଗଷ୍ଟ ୧୫ କିମ୍ବା ୨୨ରେ ତାଙ୍କର ପରବର୍ତ୍ତୀ ସିନେମା ଶୁଟିଂ ବିଷୟରେ ଘୋଷଣା କରିଥିଲେ। ରଜନୀକାନ୍ତଙ୍କ ଆଗାମି ସିନେମା ‘ଜେଲର’ ଆସୁଛି। ଏହାକୁ ନେଲସନ୍‌ ଦିଲିପ କୁମାର ନିର୍ଦ୍ଦେଶନା ଦେଇଛନ୍ତି। ଏହି ସିନେମାଟି ହାଇବଜେଟ ହୋଇଥିବା ବେଳେ ଏହା ସନ୍‌ ପିକଚର୍ସ୍‌ ପକ୍ଷରୁ ପ୍ରଜୋଜିତ ହେଉଛି।

Related Posts