ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତ ଏବେ ଆଉ ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି। ଚନ୍ଦ୍ରଯାନ-୩ ଅବତରଣର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଆଜି ସନ୍ଧ୍ୟା ପ୍ରାୟ ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଏହାକୁ ନେଇ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ଇସ୍ରୋ ବୈଜ୍ଞାନିକମାନଙ୍କ ଏହି ପ୍ରୟାସକୁ ଶଙ୍କରାଚାର୍ଯ୍ୟ ପ୍ରଶଂସା କରିଛନ୍ତି। ଏହାସହ ଭାରତ ସରକାରଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ସେପଟେ ଚନ୍ଦ୍ରଯାନ ୩ର ସଫଳତା କାମନା ମଧ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ କରିଛନ୍ତି।