ବର୍ତ୍ତମାନ ୨୦ ପ୍ରତିଶତ ଅଛନ୍ତି, ଯେତେବେଳେ ୫୦ ପ୍ରତିଶତ ହେବେ ସେତେବେଳେ ହିନ୍ଦୁମାନଙ୍କର ଅନ୍ତିମ ସଂସ୍କାର କରିବା ମଧ୍ୟ କଷ୍ଟକର ହେବ: ସାଧବୀ ପ୍ରାଚୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ ରାମ ନବମୀ ଏବଂ ହନୁମାନ ଜୟନ୍ତୀରେ ହୋଇଥିବା ହିଂସାକାଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଏନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଅନେକ ହିନ୍ଦୁତ୍ୱ ସଂଗଠନ ଏହା ବିରୋଧରେ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ମୁଜାଫରନଗରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ସାଧବୀ ପ୍ରୀତି ଜାହାଙ୍ଗୀରପୁରୀ ହିଂସାକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଏହା ୨୦ ପ୍ରତିଶତ ହୋଇଛି, ତେଣୁ ପଥର ଫିଙ୍ଗିବା ଘଟଣା ଘଟୁଛି, କିନ୍ତୁ ଯେତେବେଳେ ସେମାନେ ୫୦ ପ୍ରତିଶତ ହୋଇଯିବେ, ସେତେବେଳେ ହିନ୍ଦୁମାନଙ୍କର ଅନ୍ତିମ ସଂସ୍କାର ମଧ୍ୟ କଷ୍ଟକର ହେବ ।

ସେପଟେ ହିନ୍ଦୁମାନଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ଯେ, ପର୍ବ ଯାହା ହେଉ, ଯେଉଁମାନେ ଶୋଭାଯାତ୍ରା ବାହାର କଲେ ଦେଶରେ ପଥର ଫିଙ୍ଗିବା ଭଳି ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାନ ସେମାନେ କେବଳ ୨୦ ପ୍ରତିଶତ ଅଛନ୍ତି । କିନ୍ତୁ ଯେତେବେଳେ ସେମାନେ ୫୦ ପ୍ରତିଶତ ହେବେ ସେତେବେଳେ ହିନ୍ଦୁମାନଙ୍କର ଅନ୍ତିମ ସଂସ୍କାର ମଧ୍ୟ କଷ୍ଟସାଧ୍ୟ ହେବ । ତେଣୁ ଏହା ହିନ୍ଦୁ ସମାଜ ପାଇଁ ଚିନ୍ତାର ବିଷୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ କେବଳ ଏକ ସମ୍ପ୍ରଦାୟର ଲୋକ, ବିଶେଷ କରି ଯେଉଁଠାରେ ହିନ୍ଦୁମାନେ ତୀର୍ଥଯାତ୍ରା କରନ୍ତି, ପଥର ଫିଙ୍ଗିଦିଅନ୍ତି ଏବଂ ଏପରିକି ଗୁଳି ଚାଳନା କରନ୍ତି । ହାଇଦ୍ରାବାଦର ନେତା କହିଛନ୍ତି ଯେ କେବଳ ଗୋଟିଏ ସମ୍ପ୍ରଦାୟର ଲୋକଙ୍କୁ ଘୃଣା କରାଯାଉଛି । ହେଲେ ଯେତେବେଳେ ଅବଦୁଲ, ଆଫଜାଲ, ଜାକିର ଏବଂ କାସୀମ ପଥର ଫିଙ୍ଗିବେ ତାହାଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts