ଶାଢୀ ପିନ୍ଧିଥିବାରୁ ମହିଳାଙ୍କୁ ରେସ୍ତୁରାଁରେ ପ୍ରବେଶ ପାଇଁ ମିଳିଲାନି ଅନୁମତି : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତୀୟ ନାରୀଙ୍କ ଏକ ପାରମ୍ପରିକ ପୋଷାକ ହେଉଛି ଶାଢ଼ୀ। ତେବେ ନିକଟରେ ଶାଢ଼ୀ ପିନ୍ଧି ଜଣେ ମହିଳା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶାଢ଼ୀ ପିନ୍ଧିଥିବାରୁ ରେସ୍ତୁରାଁ ଭିତରକୁ ଜଣେ ମହିଳାଙ୍କୁ ପ୍ରବେଶ କରିବାକୁ ମିଳିଲାନି ଅନୁମତି। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀର ଏକ ରେସ୍ତୁରାଁରେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ମହିଳା କର୍ମଚାରୀ କହୁଛନ୍ତି, ଯେ ଆମେ କେବଳ ସ୍ମାର୍ଟ କାଜୁଆଲ ପୋଷାକ ପିନ୍ଧିଥିବା ଲୋକଙ୍କୁ ପ୍ରବେଶ ଅନୁମତି ଦେଇଥାଉ । ଶାଢୀ ପିନ୍ଧୁଥିବା ମହିଳାଙ୍କୁ ଏଥିପାଇଁ ଅନୁମତି ଦିଆଯାଇ ପାରିବ ନାହିଁ। 

ରିପୋର୍ଟ ଅନୁଯାୟୀ, ଅନିତା ଚୌଧୁରୀ ନାମକ ଜଣେ ମହିଳା ଟ୍ୱିଟରରେ ୧୬ ସେକେଣ୍ଡର ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ଦଖିବାକୁ ମିଳୁଛି ଯେ ଦିଲ୍ଲୀର ଆକ୍ୱିଲା ରେସ୍ତୁରାଁରେ ଶାଢ଼ି ପିନ୍ଧିଥିବା ମହିଳାଙ୍କ ପ୍ରବେଶକୁ ଅନୁମତି ଦେଉନାହାଁନ୍ତି । କାରଣ ଭାରତୀୟ ଶାଢ଼ୀ ବର୍ତମାନ ସ୍ମାର୍ଟ ପୋଷାକ ତାଲିକାରେ ନାହିଁ ।

ଏହି ଭିଡିଓକୁ ଶେଆର କରି ଅନିତା ଲେଖିଛନ୍ତି, ରେଷ୍ଟୁରାଣ୍ଟ ଭିତରକୁ ଶାଢ଼ୀ ପିନ୍ଧି ଯିବା ପାଇଁ ଅନୁମତି ନାହିଁ, କାରଣ ଭାରତୀୟ ଶାଢ଼ୀ ଏବେ ସ୍ମାର୍ଟ ପୋଷାକ ନୁହେଁ। ଏହା ପରେ ମହିଳା ଜଣକ ପଚାରିଥିଲେ ଯେ, ସ୍ମାର୍ଟ ପୋଷାକର ପରିଭାଷା କ’ଣ ଦୟାକରି ମୋତେ କୁହନ୍ତୁ ? ଏହା ପରେ ମୁଁ ଶାଢ଼ୀ ପିନ୍ଧିବା ବନ୍ଦ କରିଦେବି। ଏହି ଭିଡିଓ ଭାଇରାଲ ହେବା ପରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତୀୟ ସଂସ୍କୃତିକୁ ନଷ୍ଟ କରିବାକୁ ଏହା ଷଡଯନ୍ତ୍ର ବୋଲି ଲୋକେ ସମାଲୋଚନା କରିଛନ୍ତି। 

Related Posts