
ଭୁବନେଶ୍ଵର: ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର ମିଗ୍-୫୧ ଭଡାଘରୁ ଆଜି ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସନ୍ଦେହଜନକ ଭାବେ ପୋଲିସ ମୃତଦେହ ଉଦ୍ଧାର କରିଛି। ତେବେ ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ସୂଚନାନୁଯାୟୀ, ଆଜି ଭୁବନେଶ୍ଵର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର ମିଗ୍-୫୧ ଭଡାଘର ଭିତରୁ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ନା ଆର. ରଞ୍ଜିତା ରାଓ ବୋଲି ଜଣା ପଡିଛି। ସେ ଅଶୋକନଗର ୟୁକୋ ବ୍ୟାଙ୍କ ଶାଖାରେ କାର୍ୟ୍ୟରତ ଥିଲେ। ମୃତକଙ୍କ ଘର ନବରଙ୍ଗପୁର ଜିଲ୍ଲାରେ। ତେବେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।