କନ୍ଦାଉଛି ପିଆଜ: କଟକ ଛତ୍ରବଜାରରେ କେଜି ଛୁଇଁଲା ୧୫୦

କଟକ:ଚଳିତ ବର୍ଷ ପିଆଜର ଦରବୃଦ୍ଧି ସର୍ବକାଳୀନ ରେକର୍ଡ କରିଛି। ଆଜି କଟକ ଛତ୍ରବଜାରରେ ପିଆଜ କିଲୋ ୧୫୦ ଟଙ୍କାରେ ବିକ୍ରୀ ହୋଇଛି। ସେହିପରି ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ପିଆଜ ଦର ଆକାଶ ଛୁଆଁ ରହିଛି। ଦେଖିବାକୁ ଗଲେ ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ କିଲୋ ପିଛା ଦର ୧୨୦ ରୁ ୧୪୦ ରହିଛି। ପିଆଜ ଆମଦାନୀ ଏକପ୍ରକାର ବନ୍ଦ ଥିବାରୁ ଷ୍ଟକ୍ ଥିବା ପିଆଜର ଦର ବୃଦ୍ଧି ହୋଇଛି।

ତେବେ ନାସିକ ଓ ଆନ୍ଧପ୍ରଦେଶରୁ ନୂଆ ପିଆଜ ଆସି ପହଁଚିଥିଲେ ମଧ୍ୟ ବଜାରରେ ଦର ଉଚ୍ଚା ରହିଛି। ଫଳରେ ଅତ୍ୟଧିକ ରେଟକୁ ନେଇ ଗ୍ରାହକ ଏବେ ଚିନ୍ତାରେ ପଡିଯାଇଛନ୍ତି। ଏଭଳି ରେଟ୍ ଆଗରୁ କେବେ ହୋଇନଥିବାରୁ ପିଆଜ ଖାଇବା ଛାଡିଦେବେ ବୋଲି ସାଧାରଣ ଲୋକେ କହିଛନ୍ତି। ସେହିପରି ପିଆଜର ଏହି ଦରବୃଦ୍ଧି ଆଗକୁ ବି ଜାରି ରହିବ ବୋଲି ବ୍ୟବସାୟୀମାନେ ଆକଳନ କରିଛନ୍ତି।

Related Posts