ସ୍ତ୍ରୀକୁ ଗୁଳି କରି ହତ୍ୟା କଲେ କଂଗ୍ରେସ ନେତା: ପୋଲିସର ତଦନ୍ତ ଆରମ୍ଭ

ଗ୍ବାଲିୟର୍‌: ସ୍ତ୍ରୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଜଣେ କଂଗ୍ରେସ ନେତା ।ମଧ୍ୟପ୍ରଦେଶର ଜଣେ କଂଗ୍ରେସ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛନ୍ତି । ରବିବାର ରାତି ୨.୩୦ ସମୟରେ ସ୍ତ୍ରୀଙ୍କୁ ହତ୍ୟା କରି ସେ ଘଟଣାସ୍ଥଳରୁ ଫେରାର ଅଛନ୍ତି।

କଂଗ୍ରେସ ନେତା ରିଷଭ ଭଦୌରିୟା ତାଙ୍କ ସ୍ତ୍ରୀ ଭାବନା ଏବଂ ୨ ସନ୍ତାନଙ୍କ ସହ ଥାଟିପୁର ସହରର ଦର୍ପଣ କଲୋନୀରେ ରୁହନ୍ତି। ବିଳମ୍ବିତ ରାତିରେ କୌଣସି କାରଣରୁ ସ୍ତ୍ରୀଙ୍କ ସହ ଝଗଡା ଲାଗିବାରୁ ରିଷଭ ସ୍ତ୍ରୀଙ୍କୁ ଗୁଳି କରିଥିଲେ। ଗୁଳି ଶବ୍ଦ ଶୁଣି ତାଙ୍କ ଦୁଇ ସନ୍ତାନ ମଧ୍ୟ ଭୟଭୀତ ହୋଇ ପଡିଥିଲେ।

ସ୍ଥାନୀୟ ଲୋକେ ଘଟଣାସ୍ଥଳନରେ ପହଞ୍ଚି ଭାବନାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ରିଷଭ କଂଗ୍ରେସର ପୂର୍ବତନ ଜିଲା ମୁଖପାତ୍ର ରହିଛନ୍ତି। ପୂର୍ବରୁ ତାଙ୍କ ବିରୋଧରେ ଡକାୟତି ଏବଂ ୪ଟି ହତ୍ୟା ମାମଲା ରୁଜୁ ହୋଇସାରିଛି ।

ତେବେ ଏବେ ପୋଲିସ ଆଉ ଏକ ହତ୍ୟା ମାମଲା ରୁଜୁ କରି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।

Related Posts