ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହଯୋଗୀଙ୍କୁ କଂଗ୍ରେସରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ: ସୁତ୍ର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୁଣିଥରେ ଲାଇମ ଲାଇଟକୁ ଆସିଛନ୍ତି । ଏଥର ନିଜ ପାଇଁ ନୁହଁ ବରଂ ତାଙ୍କର ସହଯୋଗୀ ତଥା ଘନିଷ୍ଠ ବନ୍ଧୁ କଂଗ୍ରେସର ପ୍ରଚାର ଭାର ନେବା ପରେ ପ୍ରଶାନ୍ତ ବର୍ତ୍ତାମା ନ ଚର୍ଚ୍ଚାରେ ରହିଛନ୍ତି । କାହିଁକିନା ପ୍ରଶାନ୍ତ କଂଗ୍ରେସ ଦଳରେ ମିଶିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା । କିନ୍ତୁ ହଠାତ ଦଳରେ ନମିଶି କଂଗ୍ରେ ବିରୋଧରେ ମୁହଁ ଖୋଳିଥିଲେ । ଏହା ମଧ୍ୟରେ ପ୍ରଶାନ୍ତ କିଶୋରଙ୍କ ଘନିଷ୍ଠ ବନ୍ଧୁ ସୁନୀଏ କାନୁଗଲୁଙ୍କୁ କଂଗ୍ରେସର ପ୍ରଚାର ଦାୟିତ୍ୱ ଦିଆଯାଇଥିବାର କଥା ସାମ୍ନାକୁ ଆସିଛି । ଏହା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ବୈଠକ ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଥିବାର ସୂଚନା ମିଳିଛି । ତେବେ ଆସନ୍ତା ୨୦୨୩ ବିଧାନସଭା ନିର୍ବାଚନରେ ସୁନୀଲ କଂଗ୍ରେସର ଭାରକୁ ନେବାକୁ ଯାଉଛନ୍ତି । ସେପଟେ ପ୍ରଶାନ୍ତ କିଶୋରଙ୍କ ସହକାରୀ ଭାବରେ କାନୁଗୁଲୁ ଅତୀତରେ ବିଜେପି, ଡିଏମକେ, ଏଆଇଏଡିଏମକେ ଏବଂ ଅକାଳୀ ଦଳ ସହ କାମ କରିଛନ୍ତି।

ଗତ ବର୍ଷ ଏପ୍ରିଲ-ମେ ମାସରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ଐତିହାସିକ ବିଜୟ ଭେଟିଦେବା ପରେ ପ୍ରଶାନ୍ତ କିଶୋର ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ । ଏହା ପରେ କଂଗ୍ରେସ ଦଳର ପରାମର୍ଶଦାତା ହେବା ସହିତ କଂଗ୍ରେସରେ ପ୍ରଶାନ୍ତ ମିଶିବା ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା । ହେଲେ ହଠାତ ପ୍ରଶାନ୍ତ ଏସବୁକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ବିରୋଧରେ ବୟାନବାଜି କରିଥିଲେ । ଏହା ପରେ ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିଯାଇଥିଲା । କିନ୍ତୁ ବର୍ତ୍ତମାନ ଆଇପାର୍କର ସହଯୋଗୀ ତଥା ଘନିଷ୍ଠ ମିତ୍ର କଂଗ୍ରେସର ପ୍ରଚାରକ ହେବା ପରେ ପୁଣିଥରେ ପ୍ରଶାନ୍ତ ସମସ୍ତଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ପ୍ରଶାନ୍ତଙ୍କ କମିକୁ ତାଙ୍କ ବନ୍ଧୁ ପୂରଣ କରିବେ ବୋଲି ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି ।

Related Posts