ଓଡିଶାକୁ ପ୍ରଶଂସା କଲେ ଭାରତୀୟ ମହିଳା ହକି ଦଳର କ୍ୟାପଟେନ

womwn hocky team

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମହିଳା ହକି ଦଳ ଚଳିତ ବର୍ଷ ଟୋକିଓ ଅଲମ୍ପିକରେ ଭଲ ପ୍ରଦର୍ଶନ କରିଥିଲେ । ଏବଂ ଏହାର ସମସ୍ତ ଶ୍ରେୟ ଓଡିଶା ସରକାରଙ୍କୁ ଦେଇଥିଲେ ମହିଳା ହକି ଟିମ । ତେବେ ଖାସକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ବୋଲି ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲ କହିଛନ୍ତି । ଏହା ସହ ହକି ପାଇଁ ବିଶ୍ୱସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଟିମର ପ୍ରାୟୋଜକ ହେବାକୁ ଆଗେଇ ଆସିଥିଲେ ଓଡିଶା ସରକାର ବୋଲି କହିଥିଲେ । କେବଳ ଏତିକି ନୁହେଁ ବରଂ ରାଜ୍ୟ ସରକାର ଏପରି କରି ସମଗ୍ର ଦେଶରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକୁ ଦେଶର ଅନ୍ୟ ରାଜ୍ୟ ଗୁଡିକ ଆପଣାଇବା ଉଚିତ ବୋଲି ଭାରତୀୟ ମହିଳା ଦଳର ଅଧିନାୟକା ରାନୀ ରାମପାଲ କହିଛନ୍ତି ।

ପ୍ରତି ରାଜ୍ୟ ଗୋଟିଏ ଗୋଟିଏ କ୍ରୀଡା ଆପଣାଇବା ସହ ପ୍ରତ୍ସାହନ ଦେଲେ ଦେଶରେ କ୍ରୀଡାର ବିକାଶ ହେବ ବୋଲି ରାନୀ କହିଛନ୍ତି । ଅନ୍ୟପଟେ ପ୍ରଥମ ରାଜ୍ୟ ଭାବରେ ଓଡିଶା ଉଭୟ ପୁରୁଷ ଓ ମହିଳା ହକି ଦଳକୁ ଡାକି ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନେଇଛି । ଏପରି କରି ଓଡିଶା ସରକାର ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ରାନୀ କହିଛନ୍ତି । ଅନ୍ୟପଟେ ଗତ କିଛି ବର୍ଷ ହେବ ଓଡିଶାରେ ଉଭୟ ମହିଳା ଏବଂ ପୁରୁଷ ହକି ଦଳକୁ ଯେଉଁ ଭଲପାଇବା ମିିଳିଛି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଛନ୍ତି । ଏହା ସହ ଓଡିଶାବାସୀଙ୍କ ହୃଦୟରେ ହକି ରହିଛି ।

ଏପରିକି ହକି ବାବଦରେ ଏତେଟା ଜାଣିନଥିବା ଲୋକ ମଧ୍ୟ ଟିମକୁ ଚିୟରଅପ କରିବାକୁ ଷ୍ଟାଡିୟମକୁ ଆସିଥାନ୍ତି । ଯାହାକି ଅନ୍ୟ କେଉଁ ରାଜ୍ୟରେ ଦେଖିବା ପାଇଁ ମିଳିନଥାଏ । ତେବେ ଆଗକୁ ହକି ବିଶ୍ୱକପରେ ଭଲ ପ୍ରଦର୍ଶନ କରିବା ପାଇଁ ପୂରା ମହିଳା ଟିମ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଛି ବୋଲି ମହିଳା ହକି ଟିମର ଅଧିନାୟକ ରାନୀ ରାମପାଲ କହିଛନ୍ତି ।

Related Posts