
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ବର୍ଷ ଠାରୁ ଆରମ୍ଭ ହେବ ମହିଳା ଇଣ୍ଡିଆନ ପ୍ରିମିୟର ଲିଗ । ତେବେ ମହିଳା ଟି୨୦ ବିଶ୍ୱକପ ପରେ ଫେବୃୟାରୀ ୨୬ରୁ ମହିଳା ଆଇପିଏଲ୍ ଆରମ୍ଭ ହେବ ବୋଲି ଚୂଡାନ୍ତ ହୋଇଛି । ପ୍ରଥମ ସିଜନରେ ଏହା ୨ଟି ପଡ଼ିଆରେ ସର୍ବମୋଟ ୨୨ଟି ମ୍ୟାଚ ଖେଳାଯିବ । ଗୋଟିଏ ଟିମ ପାଖରେ ୬ ବିଦେଶୀଙ୍କ ସମେତ ମୋଟ ୧୮ ଖେଳାଳି ରହିବେ । ସେହିପରି ଚୂଡାନ୍ତ ଏକାଦଶରେ ୫ରୁ ଅଧିକ ବିଦେଶୀ ଖେଳାଳି ରହିପାରିବେ ନାହିଁ । ବିସିସିଆଇ ଏହି ମହିଳା ଆଇପିଏଲରେ ୫ଟି ଟିମ ପାଇଁ ନିଲାମ ଡାକିବ । ତେବେ କିଭଳି ଟିମର ନାମକରଣ ହେବ ସେ ନେଇ ସ୍ପଷ୍ଟ ହୋଇନାହିଁ।
ଆସନ୍ତା ସପ୍ତାହରେ ହେବାକୁ ଥିବା ବିସିସିଆଇ ବୈଠକରେ ଏ ନେଇ ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବ । ଲିଗ ପର୍ଯ୍ୟାୟରେ ପ୍ରତ୍ୟେକ ଟିମ ପରସ୍ପର ବିପକ୍ଷରେ ୨ଟି ଲେଖାଏଁ ମ୍ୟାଚ ଖେଳିବେ । ପଂଏଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଥିବା ୨ଟି ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ପ୍ରାଥମିକ ସୂଚନା ମିଳିଛି।