ମାଓବାଦୀଙ୍କ ଟାର୍ଗେଟରେ ଠିକାଦାର : ୧୨ ଘଂଟାରେ ଗଡିଲା ୨ ମୁଣ୍ଡ

ସତ୍ୟପାଠ ବ୍ୟୁରୋ : ମାଓବାଦୀଙ୍କ ଟାର୍ଗେଟରେ ଠିକାଦାର । ମାତ୍ର ୧୨ଘଂଟା ଭିତରେ ଦୁଇ ଦୁଇ ଜଣ ଠିକାଦାରଙ୍କୁ ହତ୍ୟା କରି ନିଜର ଉପସ୍ଥିତିକୁ ଜାହିର କରିଛନ୍ତି ଲାଲ ବାହିନୀ । କଳାହାଣ୍ଡି ଜିଲ୍ଲାରେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି ।

ରବିବାର ବିଳମ୍ବିତ ରାତିରେ ବିଶ୍ୱନାଥପୁର ଥାନା ବାବୁପଦର ଗାଁରେ ମାଓବାଦୀ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି । ଘରୁ ଡାକି ନେଇ ଜଣେ ଠିକାଦାରଙ୍କୁ ହତ୍ୟା କରିଛନ୍ତି । ମୃତକଙ୍କ ଠାଁ ଭୀମ ଦୋରା । ପୁଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଛି । ହତ୍ୟା ପରେ ଘଟଣାସ୍ଥଳରେ ମାଓପୋଷ୍ଟର ଛାଡି ଯାଇଛନ୍ତି ମାଓବାଦୀ । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଶନିବାର ଲାଂଜିଗଡ ବ୍ଲକ ପାହାଡପଦରରେ ସରପଂଚ ଶାନ୍ତିଲତା ସାହୁଙ୍କ ସ୍ୱାମୀ ରାଜେନ୍ଦ୍ର ସାହୁଙ୍କୁ ମଧ୍ୟ ମାଓବାଦୀ ମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏକ ସାପ୍ତାହିକୀ ହାଟରେ ତାଙ୍କୁ ହତ୍ୟା କରାଯାଇଥିଲା । ସେ ମଧ୍ୟ ଠିକାଦାରୀ କରୁଥିଲେ । ପୁଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ତେବେ ଦୁଇଦିନରେ ଦୁଇଟି ହତ୍ୟାକାଣ୍ଡ ଭିଆଇ ଲାଲବାହିନୀ ନିଜ ଉପସ୍ଥିତି ଜାହିର କରିଥିବା ବେଳେ ସାଧାରଣରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Related Posts