ସୁରଙ୍କ ଭବିଷ୍ୟବାଣୀ :ପାଟକୁରାରେ ବିଜେଡି ଜିତିବ

 ସରିଛି ପାଟକୁରା ବିଧାନସଭା ନିର୍ବାଚନ । ପାଟକୁରାକୁ ନିର୍ବାଚନକୁ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଭବିଷ୍ୟତବାଣୀ କରିଛନ୍ତି । ସେ କହିଛନ୍ତି ଯେ, ପାଟକୁରା ବିଧାନସଭା ଆସନରେ ବିଜେଡି ଜିତିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଦୁଇ ନମ୍ବରରେ ରହିବ ଏବଂ କଂଗ୍ରେସ ୩ ନମ୍ବରରେ ରହିବ ।

ସୂଚନାଯୋଗ୍ୟ ଯେ, ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ଗତକାଲି ସରିଛି । ଇଭିଏମରେ କଏଦ୍‌ ହୋଇଛି ପ୍ରମୁଖ ଦାବିଦାରଙ୍କ ଭାଗ୍ୟ । ମଇଦାନରେ ୧୦ଜଣ ପ୍ରାର୍ଥୀ ଥିବାବେଳେ ମୁଖ୍ୟତଃ ଲଢ଼େଇ ବିଜେଡି-ବିଜେପି ଓ କଂଗ୍ରେସ ଭିତରେ ଚାଲିଥିଲା ।

ସାଧାରଣ ନିର୍ବାଚନ ପୂର୍ବରୁ ପାଟକୁରାର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ପରେ ସ୍ଥଗିତ ରହିଥିଲା ନିର୍ବାଚନ । ଏହାପରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପରେ ବେଦ ପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା ବିଜେଡି । ବିଜେପି ପକ୍ଷରୁ ମଇଦାନରେ ଥିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ସେହିଭଳି ପାଟକୁରା କଂଗ୍ରେସର ପୁରୁଣା ନେତା ଜୟନ୍ତ ମହାନ୍ତିଙ୍କୁ ଭରସା କରିଥିଲା କଂଗ୍ରେସ ।

Related Posts