ତିହାଡ଼ ଜେଲରେ ବାରାକ ନମ୍ବର ୭ରେ ରହିବ ୟାସିନ ମଲିକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତିହାଡ଼ ଜେଲରେ ବାରାକ ନମ୍ବର ୭ରେ ରହିବ ୟାସିନ ମଲିକ । ଦିଲ୍ଲୀର ଅଦାଲତ ଦ୍ୱାରା ଟେରର ଫଣ୍ଡିଂ ମାମଲାରେ ଆଜୀବନ ଜେଲଦଣ୍ଡ ପାଇବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜେଲର ଅଧିକାରୀ କହିଛନ୍ତି, ୟାସିନକୁ କଡାସୁରକ୍ଷା ଭିତରେ ତିହାଡ ଜେଲରେ ରଖାଯାଇଛି । ଅଲଗା କଠୋରୀରେ ତାଙ୍କୁ ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ତାଙ୍କୁ କୌଣସି କାମ ଦିଆଯିବ ନାହିଁ । ଏଥିପାଇଁ ନିୟମିତ ଭାବେ ତାଙ୍କ ସୁରକ୍ଷାର ଯାଞ୍ଚ କରାଯିବ । ଜେଲ ଅଧିକାରୀ କହିଛନ୍ତି, ୟାସିନ ମଲ୍ଲିକକୁ ଯେହେତୁ ଟେରର ଫଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେ କୌଣସି ପାରୋଲରେ ଯାଇପାରିବେ ନାହିଁ ।

ଆଜୀବନ କାରାଦଣ୍ଡ ପୂର୍ବ ତାକୁ ଅଲଗା କୋଠରୀରେ ରଖାଯାଇଥିଲା । ଜେଲର ସାତ ନଂ କୋଠରୀରେ ସେ ଏକୁଟିଆ ରହୁଥିଲେ । ବୁଧବାର ଦିଲ୍ଲୀର ଏକ କୋର୍ଟ ୟାସିନ ମଲ୍ଲିକକୁ ଟେରର ଫଣ୍ଡିଂ ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଥିଲା । କୋର୍ଟ ରାୟରେ ମଧ୍ୟ କହିଥିଲେ, ତାଙ୍କ ଦ୍ୱାରା ହୋଇଥିବା ଅପରାଧ ଭାରତର ବିଚାର ସହ ଆତ୍ମା ଉପରେ ଆକ୍ରମଣ କରିବା । ଭାରତରୁ ଜମ୍ମୁ-କାଶ୍ମୀରକୁ ଜବରଦସ୍ତ ଅଲଗା କରିବା ତାଙ୍କର ଲକ୍ଷ୍ୟ ଥିଲା । ତା ବିରୋଧରେ ୟୁଏପିଏ ଏବଂ ଆଇପିସିର ବିଭିନ୍ନ ଧାରାରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । କେବେଳ ଏହା ନୁହେଁ, ୧୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଥିଲେ କୋର୍ଟ ।

Related Posts