ଏଣିକି ଦେହଜୀବୀଙ୍କୁ ହଇରାଣ କରିପାରିବନି ପୁଲିସ: ସୁପ୍ରିମକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଦେହଜୀବୀଙ୍କୁ ହଇରାଣ କରିପାରିବନି ପୁଲିସ । ବିଶେଷ କରି ସେମାନଙ୍କ ବଞ୍ଚିବାର ଅଧିକାର ଉପରେ ପୁଲିସ ଯେମିତି ଅଜଥା ହସ୍ତକ୍ଷେପ ନକରେ ସେନେଇ ଚେତବାନୀ ଦିଆଇଛନ୍ତି। ସହମତି ଭିତିରେ ପରସ୍ପରକୁ ଆପଣେଇଥିବା ଦେହଜୀବୀଙ୍କ ବ୍ୟକ୍ତିଗତ ମାମାଲାରେ ପୁଲିସ ଅଜଥା ହସ୍ତକ୍ଷେପ କରିପାରିବ ନାହିଁ। ସେମାନଙ୍କ ବିରୋଧରେ ପୁଲିସ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। ବେଶ୍ୟା ଏକ ବୃତ୍ତି ଏବଂ ଆଇନ ଅନୁଯାୟୀ ଦେହଜୀବୀମାନେ ସମ୍ମାନ ସହ ସମାନୁପାତିକ ଅଧିକାର ପାଇବା ପାଇଁ ହକଦାର। ଜଷ୍ଟିଷ ଏଲଏନ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଏମିତି କିଛି ଟିପ୍ପଣୀ ରଖିବା ସହ ୬ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଦେହବଜୀବୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ୩ ଚଣିଆ ଖଣ୍ଡପୀଠ କହିଛନ୍ତି ଯେ, ଆଇନ ଅନୁଯାୟୀ ଯୌନ କର୍ମୀ ତଥା ଦେହଜୀବୀମାନେ ସମାନ ଅଧିକାର ପାଇବା ପାଇଁ ହକଦାର। ବୟସ ଦୃଷ୍ଟିରୁ ସମସ୍ତ ମାମଲାରେ ଅପରାଧିକ ଆଇନ ସମାନ ଦୃଷ୍ଟି ଲାଗୁ ହେବା ଉଚିତ। ଯେତେବେଳେ ସହମତି ଭିତ୍ତିରେ ଯୌନକର୍ମମାନେ ସ୍ୱାଧୀନ ଭାବେ ବ୍ରଞ୍ଚିବାକୁ ଚାହାନ୍ତି ପୁଲିସ ସେଠାରେ ଅଜଥା ହସ୍ତକ୍ଷେପ କରିବାପାରିବ ନାହିଁ। ସେ କ୍ଷେତ୍ରରେ ପୁଲିସ ଅପରାଧିକ ଦୃଷ୍ଟିରେ ଦେଖିପାରି ନାହିଁ।

Related Posts