କରୋନା ସମୟରେ ଶ୍ରମିକମାନଙ୍କୁ ଭଗବାନଙ୍କ ଭରଷାରେ ଛାଡ଼ିଦେଇଥିଲେ ଯୋଗୀ ସରକାର: ପ୍ରିୟଙ୍କା ଗାନ୍ଧୀ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିବା ପାଇଁ ସମସ୍ତ ରାଜନୈତିକ ଦଳ ଆପ୍ରାଣ ଉଦ୍ୟମ କରୁଛନ୍ତି । ଏପରିକି ଦଳମାନେ ପ୍ରଚାର ପାଇଁ ନିଜ ନିଜ ଷ୍ଟାର ପ୍ରଚାରକଙ୍କ ତାଲିକା ମଧ୍ୟ ଘୋଷଣା କରିଛନ୍ତି । ଏହା ମଧ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ପାଇଁ ପ୍ରିୟଙ୍କା ଗାନ୍ଧୀ ପଶ୍ଚିମ ଉତ୍ତରପ୍ରଦେଶର ବୁଲନ୍ଦଶହର ଜିଲ୍ଲାର ସିକନ୍ଦରାବାଦରେ ପହଞ୍ଚିଛନ୍ତି । ସେଠାରେ ସେ ଜନସାଧାରଣଙ୍କ ସମସ୍ତ ପ୍ରସଙ୍ଗ ଉଠାଇଛନ୍ତି। ଉତ୍ତରପ୍ରଦେଶରେ କଂଗ୍ରେସ ଲୋକଙ୍କ ସମସ୍ୟା ପାଇଁ ଲଢ଼ୁଛି । ଲୋକଙ୍କ ସମସ୍ୟାକୁ ପ୍ରଥମେ କଂଗ୍ରେସ ହିଁ ସମସ୍ତଙ୍କ ଆଗରେ ଉପସ୍ଥାପନ କରୁଛି । ଏପରିକି ବୁନ୍ଦେଲଖଣ୍ଡରେ ସର୍ବାଧିକ ଲୋକମାନେ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥାନ୍ତି । ତେବେ ଶାସକ ଦଳ ନିଜ ରାଜ୍ୟର ଲୋକଙ୍କୁରୋଜଗାର ଯୋଗାଇବାରେ ସକ୍ଷମ ହୋଇ ନାହାଁନ୍ତି। ପ୍ରିୟଙ୍କା କହିଛନ୍ତି ଯେ କରୋନା ଲକଡାଉନ୍ ସମୟରେ ଯେତେବେଳେ ଲୋକମାନେ ଖାଲି ପାଦରେ ଦିଲ୍ଲୀରୁ ମୁମ୍ବାଇ ପର‌୍ୟ୍ୟନ୍ତ ୫୦୦-୬୦୦ କିଲୋମିଟର ଚାଲିଥିଲେ । ସେହି ସମୟରେ ଏହି ଲୋକମାନେ କେଉଁଠିଥିଲେ ।

ଏପରିକି ଶାସକ ଦଳ ଲୋକମାନଙ୍କୁ ଭଗବାନଙ୍କ ଭରଷାରେ ଛାଡ଼ି ଦେଇଥିଲେ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ଅନ୍ୟପଟେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ‘ୟୁପି-ପ୍ରକାର’ ମନ୍ତବ୍ୟ ଉପରେ ଉତ୍ତର ଦେଇ କହିଛନ୍ତି ଯେ ଉତ୍ତରପ୍ରଦେଶର ଲୋକମାନେ ସେମାନଙ୍କର ଉପଭାଷା ଏବଂ ସଂସ୍କୃତି ପାଇଁ ଗର୍ବିତ ଏବଂ ରାଜ୍ୟବାସୀଙ୍କୁ ଅପମାନିତ କରିବାର ସେମାନଙ୍କର କୌଣସି ଅଧିକାର ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦେଇଥିବା ଏକ ଟୁଇଟରେ ପ୍ରିୟଙ୍କା କହିଛନ୍ତି ଯେ ନିର୍ମଳା ଜୀ, ଆପଣ ଉତ୍ତରପ୍ରଦେଶ ପାଇଁ ବଜେଟ ବ୍ୟାଗରେ କିଛି ରଖି ନାହାଁନ୍ତି, ଠିକ ଅଛି … କିନ୍ତୁ ୟୁପି ଲୋକଙ୍କୁ ଅପମାନିତ କରିବାର ଆବଶ୍ୟକତା କ’ଣ? ୟୁପିର ଲୋକମାନେ ‘ୟୁପି-ଟାଇପ୍’ ବୋଲି ଗର୍ବିତ । ୟୁପିର ଭାଷା, ଉପଭାଷା, ସଂସ୍କୃତି ଏବଂ ଇତିହାସ ପାଇଁ ଆମେ ଗର୍ବିତ । ୟୁପି ମୋର ଗର୍ବ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।

Related Posts