ଏଣିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନରେ ଦାଖଲ କରିପାରିବେ ଡାକ୍ତରୀ ପ୍ରମାଣପତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନରେ ଦାଖଲ କରିପାରିବେ ଡାକ୍ତରୀ ପ୍ରମାଣପତ୍ର । ତେବେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ଡାକ୍ତରୀ ପ୍ରମାଣପତ୍ର କିମ୍ବା ଏହାର ନବୀକରଣକୁ ମ୍ୟାନୁଆଲ କରିବା ପରିବର୍ତ୍ତେ ଅନ୍ଲାଇନ୍ରେ ଦାଖଲ କରିପାରିବେ। ସେପଟେ ଡ୍ରାଇଭିଂ ଲାଇସେନ୍ସ ପାଇବା ପ୍ରକ୍ରିୟାକୁ ସହଜ କରିବା ତଥା ପରିବହନ କାର୍ୟ୍ୟାଳୟରେ ଗହଳି ହ୍ରାସ କରିବା ପାଇଁ ଓଡ଼ିଶା ସରକାରଙ୍କ ୫ଟି ନୀତି ଅନୁଯାୟୀ ଲେକ୍ଟ୍ରୋନିକ୍ ଭାବରେ ଫର୍ମ ୧ (ଏ)ରେ ମେଡିକାଲ ସାର୍ଟିଫିକେଟ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ସାରଥୀ ପୋର୍ଟାଲରେ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଛି, ଯେଉଁଠାରେ ଡାକ୍ତରମାନେ ସିଧାସଳଖ ମେଡିକାଲ ସାର୍ଟିଫିକେଟ୍ ଦେଇପାରିବେ। ଆରଟିଓ କାର୍ୟ୍ୟାଳୟରେ ନିଜେ ଉପସ୍ଥିତ ରହି ମେଡିକାଲ ସାର୍ଟିଫିକେଟ ଦାଖଲ ପ୍ରକ୍ରିୟାକୁ ଦୂର କରିଥାଏ।

ପୋର୍ଟାଲ ମାଧ୍ୟମରେ ଡାକ୍ତରୀ ପ୍ରମାଣପତ୍ର ଦେବା ପାଇଁ ଡାକ୍ତରମାନଙ୍କୁ ଆଇଡି ଏବଂ ପାସଓ୍ଵାର୍ଡ ପ୍ରଦାନ କରାଯିବ। ସେମାନଙ୍କୁ ସାରଥୀ ପୋର୍ଟାଲରେ ଆବେଦନକାରୀଙ୍କ ସାର୍ଟିଫିକେଟ୍ ଅପଲୋଡ କରିବାକୁ ପଡ଼ିବ। ଏହା ନିଶ୍ଚିତ କରିବ ଯେ, ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ କେହି ନକଲି ଡାକ୍ତରୀ ପ୍ରମାଣପତ୍ର ଅପଲୋଡ କରିପାରିବେ ନାହିଁ। ସଂପୂର୍ଣ୍ଣ ସିଷ୍ଟମକୁ ସ୍ୱଚ୍ଛ କରିବା ପାଇଁ, ପୋର୍ଟାଲ ଲଞ୍ଚ ହୋଇଛି, ଯେଉଁଠି ଲାଇସେନ୍ସ ଆବେଦନକାରୀ ବିନା ଅସୁବିଧାରେ ସିଧାସଳଖ ଡାକ୍ତରୀ ପ୍ରମାଣପତ୍ର ପାଇପାରିବେ। ଏହି ପ୍ରକ୍ରିୟା ଇଚ୍ଛାଧୀନ ହେବ। ଜଣେ ଅନ୍ଲାଇନ୍ କିମ୍ବା ଅଫ୍ଲାଇନ୍ରେ ମଧ୍ୟ ମେଡିକାଲ ସାର୍ଟିଫିକେଟ୍ ଦାଖଲ କରିପାରିବେ।

Related Posts