ଏଣିକି ଅନଲାଇନରେ ପାଇପାରିବେ କୋଭିଡ୍ ଟେଷ୍ଟ୍ ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏଣିକି ରିପୋର୍ଟ ସଂଗ୍ରହ କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ। ଅନଲାଇନରେ ମିଳିଯିବ ରିପୋର୍ଟ। କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। ଏଣିକି ଅନ୍‌ଲାଇନ୍ ମାଧ୍ୟମରେ କୋଭିଡ ଓ୍ୱେବସାଇଟ୍‌ରୁ ରିପୋର୍ଟ ପାଇପାରିବେ ଲୋକେ । ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ କେବଳ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଏସଆରଏଫ ଆଇଡି ଦାଖଲ କରି ଟେଷ୍ଟ ରିପୋର୍ଟ ପାଇ ପାରିବେ। ଏ ନେଇ ସୂଚନା ଦେଇଛନ୍ତି ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର । ରାଜ୍ୟ କୋଭିଡ ଡ୍ୟାସବୋର୍ଡ ଓ କୋଭିଡ଼ ୧୯ ୱେବସାଇଟରେ ବ୍ୟବସ୍ଥା ରହିବ।ଏହି ଡିଜିଟାଲ୍ ଟେଷ୍ଟ ରିପୋର୍ଟରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ସମସ୍ତ ବିବରଣୀ ରହିବ। ଏହି ରିପୋର୍ଟରେ ଥିବା କ୍ୟୁଆର କୋଡ୍ ଯୋଗେ ପ୍ରାଧିକୃତ ସାଂସ୍ଥ ଯେକୌଣସି ସମୟରେ ରିପୋର୍ଟର ସତ୍ୟାସତ୍ୟ ଯାଞ୍ଚ କରିପାରିବେ। ଜନସାଧାରଣଙ୍କ ସୁବିଧା ପାଇଁ https://covid19regd.odisha.gov.in/SamplCollectionDetails.aspx ୱେବସାଇଟକୁ https://statedashboard.odisha.gov.in ସହିତ ସଂଯୋଗ କରାଯାଇଛି। ଏହା ପୂର୍ବରୁ କରୋନାର ହୋମ୍ ଟେଷ୍ଟିଂ କିଟ୍ କୁ ଆଇସିଏମ୍ଆର୍ ଗ୍ରୀନ ସିଗନାଲ ଦେଇଛି। ଏହି କିଟ୍ ଜରିଆରେ ଲୋକମାନେ ଘରେ ନାକ ବାଟେ ନିଜର କରୋନା ପରୀକ୍ଷା ପାଇଁ ନମୁନା ନେଇପାରିବେ।

Related Posts