ଏମିତି ଆସିଲା ମୃତ୍ୟୁ !

ସତ୍ୟପାଠ ବ୍ୟୁରୋ : ବାହାବେଦୀ ବଦଳରେ ଶ୍ମଶାନ ଗଲା ବର । ବ୍ରାହ୍ମଣଙ୍କ ଶ୍ଲୋକ ବଦଳରେ ଶୁଭିଲା ରାମ ନାମ ସତ୍ୟ ହେ । ବରବେଶ ସାଜି କନିଆ ଘର ଯିବା ପୂର୍ବରୁ ଏମିତି ଆସିଥିଲା ମୃତ୍ୟୁ । କେନ୍ଦୁଝର ଜିଲ୍ଲା ସଦର ଥାନା କେନ୍ଦୁଆ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା ।

ଲୋକନାଥ ମହାନ୍ତି ନାମକ ଯୁବକଙ୍କର ଆଜି ଥିଲା ବାହାଘର । ବରବେଶ ସାଜି ବରଯାତ୍ରୀ ନେଇ କନ୍ୟାଘର କୁ ଯାଇଥାନ୍ତେ ଲୋକନାଥ । ଘରେ ବନ୍ଧୁବାନ୍ଧବ ବି ଭର୍ତ୍ତୀ । ସମସ୍ତେ ଖୁସିରେ ମସଗୁଲ । ହେସ୍ପେୁରା ପରିବାର ପାଇଁ ଘୋଟି ଆସିଥିଲା ଦୁଃଖର କଳା ବାଦଲ । ରାତି ପ୍ରାୟ ୩ଟା ବେଳେ ଟେଣ୍ଟରେ ଲାଗିଥିବା ବିଦ୍ୟୁତ ତାରରେ ହାଲୋଜେନ ସଂଯୋଗ କରୁଥିବା ବେଳେ ଲୋକନାଥଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।

ତୁରନ୍ତ ଘରଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଲୋକନାଥଙ୍କ ମୃତ୍ୟୁ ପୁରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି ।

Related Posts