ପ୍ରତିଦିନ ହେବ ଶୁଣାଣୀ !

ସତ୍ୟପାଠ ବ୍ୟୁରୋ : ବିବାଦୀୟ ଅଯୋଧ୍ୟା ରାମ ଜନ୍ମଭୁମି ଓ ବାବ୍ରି ମସଜିଦ ଜମି ବିବାଦ ମାମଲାରେ ଆଜି ଶୁଣାଣୀ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ ଗଠନ କରିଥିବା ମଧ୍ୟସ୍ଥି ପ୍ୟାନେଲ କାର‌୍ୟ୍ୟ କରୁନାହାଁନ୍ତି ବୋଲି କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ଖଣ୍ଡପୀଠ । ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରି ମଧ୍ୟସ୍ଥି ପ୍ୟାନେଲକୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି କୋର୍ଟ । ୧୮ ଜୁଲାଇ ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ରିପୋର୍ଟ ତର୍ଜମା କରିବା ପରେ ଆଗକୁ ମଧ୍ୟସ୍ଥି ପ୍ୟାନେଲ କାର‌୍ୟ୍ୟ କରିବ କି ନାହିଁ ତାହା ଆସନ୍ତା ୨୫ ତାରିଖରେ ନିଷ୍ପତି ନିଆଯିବ । ଏବଂ ଯଦି ଆଗକୁ ମଧ୍ୟସ୍ଥି ପ୍ୟାନେଲ କାର‌୍ୟ୍ୟ ନକରେ ତେବେ ପ୍ରତିଦିନ ଶୁଣାଣି ହେବ ।

ଏହି ମାମଲାର ଶୁଣାଣି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କ ତିନି ଜଣିଆ ବେଂଚ କରୁଛନ୍ତି । ତେବେ ଖଣ୍ଡପୀଠ କହିଛନ୍ତି ଅନୁବାଦ କରିବାକୁ ଅଧିକ ସମୟ ଲାଗିବାରୁ ମଧ୍ୟସ୍ଥି ପ୍ୟାନେଲ ଅଧିକ ସମୟ ମାଗିଥିଲେ । ଏବେ ପ୍ୟାନେଲକୁ ରିପୋର୍ଟ ମଗାଯାଇଛି । ଏହି ବିବାଦର ସମାଧାନ ପାଇଁ ମାର୍ଚ୍ଚ ୮ତାରିଖରେ ସୁପ୍ରିମକୋର୍ଟ ଏକ ତିନି ଜଣିଆ ମଧ୍ୟସ୍ଥି କମିଟି ଗଠନ କରିଥିଲେ । କିନ୍ତୁ ଏହି କମିଟି ସେଭଳି କିଛି ସଫଳତା ପାଇନଥିବା କୋର୍ଟରେ ପକ୍ଷ ରଖିଛନ୍ତି କେତେଜଣ ଆବେଦନକାରୀ ।

Related Posts