ଅନେକ ସମୟରେ ବିପାଜ୍ଜନକ ସେଲ୍ଫି ଫଟୋ ଉଠେଇବାସମୟରେ ଲୋକଙ୍କ ଜୀବନ ହାନି ର ଖବର ଆସିଥାଏ। ସେହିଭଳି ସେଲଫି ନେବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଖବର ରାଜସ୍ତାନ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ।
ରାଜସ୍ଥାନର ଧୋଲପୁରରେ ସେଲ୍ଫି ନେଉଥିବା ବେଳେ ଜଣେ କଲେଜ ପଢୁଆ ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁର କାରଣ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ। ପୁଲିସର ତଥ୍ୟ ଅନୁସାରେ, ଧୋଲପୁର ଜିଲ୍ଲାର ଏକ ଗ୍ରାମରେ ରାମବିଳାସ ମିନାଙ୍କ ୧୯ ବର୍ଷୀୟ ପୁଅ ସଚିନ ମିନା ରବିବାର ସକାଳେ ସୋରିଷ ଫସଲ କାଟିବାକୁ ଘର ପାଖ ବିଲକୁ ଯାଇଥିଲେ। ବିଲରେ ସେ ଦେଶୀ ବନ୍ଧୁକ ସହ ସେଲ୍ଫି ନେବାକୁ ଚେଷ୍ଟା କରିଥଲ । ବେଆଇନ୍ ଦେଶୀ ବନ୍ଧୁକ ଧରି ସେଲ୍ଫି ନେଉଥିଲେ। ଏହି ସମୟରେ ଫୋନରେ ସେଲ୍ଫି କ୍ଲିକ୍ କରିବା ପରିବର୍ତ୍ତେ ଅନ୍ୟମନସ୍କ ହୋଇ ଆର ହାତରେ ଧରିଥିବା ଦେଶୀ ବନ୍ଧୁକର ଘୋଡ଼ା ତିପି ଦେଇଥିଲେ।ବାସ ବନ୍ଧୁକ ରୁ ଗୁଳି ଫୁଟିଥିଲା ଓ ସଚିନଙ୍କ ମୁଣ୍ଡରେ ବାଜିଥିଲା। ଘଟଣାସ୍ଥଳରେ ହିଁ ସଚିନ ଟଳି ପଡିଥିଲେ। ପାଖରେ ଥିବା କିଛିଲୋକ ସଚିନଙ୍କ ପରିବାରରୁ ଏବିଷୟରେ ଜଣାଇଥିଲେ। ମୃତ୍ୟୁପରେ ଯୁବକଙ୍କ ପରିବାର ମୃତ ଦେହକୁ କାହାକୁ ନଜଣାଇ ପରିବାର ଲୋକେ ଦାହ କରିବାକୁ ନେଉଥିଲେ।
ପୁଲିସକୁ ଘଟଣା ବିଷୟରେ ଖବର ମିଳିବା ପରେ ପୁଲିସ ଶବକୁ ଜବତ କରିଥିଲା।ଘଟଣାର ତଦନ୍ତ ଚାଲିଛି। ପରିବାର ଲୋକଙ୍କ ଉପସ୍ଥିତିରେ ଶବବ୍ୟବଛ୍ଛେଦ କରି ଶବକୁ ପରବାରକୁ ଦିଆଯିବ। ସେଲ୍ଫି ନେଉଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ପବିବାର ଲୋକ କହିଛନ୍ତି। ବେଆଇନ୍ ଅସ୍ତ୍ର କାରବାରକୁ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ପୁଲିସ କହିଛି।ଡାକ୍ତର ମୃତ ଘୋଷଣା କରିବା ପରେ ପରିବାରବର୍ଗ ପୁଲିସ ଦ୍ଵାରା ତଦନ୍ତ ନକରାଇ ମୃତ ଶରୀରକୁ ଘରକୁ ନେଉଥିଲେ। ଏବିଷୟରେ ପୁଲିସକୁ ଖବର ମିଳିବା ପରେ ପୁଲିସ ରାସ୍ତାରେ ମୃତ ଶରୀର ନିଆଯାଉଥିବା ଗାଡିକୁ ରୋକି ଯୁବକଙ୍କ ମୃତ ଶରୀରକୁ ଜବତ କରିଛି।





