ସଟ୍‌ଡାଉନ୍‌ରେ ବିନା ହେଲମେଟ୍ ରେ ମଦ ପିଇ ଗାଡ ଚଲାଉଥିଲେ, ପୋଲିସ୍‌ ଅଟକାଇବାରୁ କହିଲେ- “ଚାକିରି କ’ଣ ପିତା ଲାଗିଲାଣି ? ବର୍ଦ୍ଦି ଉତାରି ଦେବି”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସଂକ୍ରମଣ ରୋକିବାକୁ ସରକାର ଲକଡାଉନ୍ ଓ ସଟଡାଉନ୍ ଭଳି କଡା କଟକଣା ଲଗାଉଛନ୍ତି। ଆଉ କିଛି ଅମାନିଆ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି। ଗତକାଲି ସନ୍ଧ୍ୟାରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ଫାୟାର୍ ଷ୍ଟେସନ ଛକରେ ଜଣେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଥିଲା। ଗତକାଲି ରବିବାର ଥିବାରୁ ସପ୍ତାହନ୍ତ ସଟଡାଉନ୍ ଥିଲା। କିନ୍ତୁ ନିଶାସକ୍ତ ଯୁବକ ଜଣକ ବିନା ହେଲ୍‌ମେଟ୍ ରେ ସ୍କୁଟି ଚଳାଇ ଯାଉଥିବା ବେଳେ ଧରାପଡ଼ିଥିଲେ। ଧରାପଡିବା ପରେ ଯୁବକ ଜଣକ ପୋଲିସ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ଏକ ଭିଡିଓରେ ଦେଖିବାକୁ ମିଳିଛି। ଯୁବକ ଜଣକ ପୋଲିସ କର୍ମଚାରୀଙ୍କୁ ଧମକ ଦେଇ କହୁଥିଲେ ଯେ , ” ଆରେ ଉଠ୍‌ । ମୋତେ କିଏ ଅଟକଇବ । କୋଉ ପୁଲିସକୁ ତା ଚାକିରୀ ପିତା ଲାଗିଲାଣି ? ଗୋଟିଏ ସେକେଣ୍ଡରେ ମୁଁ ତୁମମାନଙ୍କ ବର୍ଦ୍ଦି ଉତାରି ଦେବି’… ଆଗକୁ ଆସ । ମୁଁ ମନ୍ତ୍ରୀଙ୍କ ପୁଅ । ମୋତେ ଛାଡ । ନ ହେଲ, ଗୋଟିଏ ଫୋନ୍‌ କଲ । ବାସ୍‌, ଚାକିରି ଗୋଲ । ” ସନ୍ଧ୍ୟା ବେଳେ ନୟାପଲ୍ଲୀ ପଟୁ ସ୍କୁଟିରେ ଆସୁଥିବା ଯୁବକଙ୍କୁ ପୁଲିସ ଅଟକାଇଥିଲା । ଲକ୍‌ ଡାଉନ୍‌ ସମୟରେ ବୁଲୁଥିବା ବେଳେ ପୁଲିସ ତାଙ୍କୁ ପରିଚୟପତ୍ର ମାଗିଥିଲା । କିନ୍ତୁ ଯୁବକ ଜଣକ ପୋଲିସ କର୍ମଚାରୀଙ୍କୁ ଧମକ ଦେଇଥିଲେ। ଯୁବକଙ୍କ ଏହି ଉନ୍ମତ୍ତ କାଣ୍ଡର ଭିଡିଓ ଟ୍ରାଫିକ୍ ପୋଲିସ କର୍ମଚାରୀ ରେକର୍ଡ କରିଥିଲେ। ଏସବୁ ଘଟଣା ଘଟିବା ପରେ ପିସିଆର୍‌ ରେ ତାଙ୍କୁ ଖଣ୍ଡଗିରି ଥାନାକୁ ନେଇଥିବା ଜଣେ ମହିଳା ଟ୍ରାଫିକ କନଷ୍ଟେବଲ୍‌ କହିଛନ୍ତି। ତାଙ୍କ ସୂଚନା ମୁତାବକ ‘ଯୁବକ ଜଣକ ଏତେ ମାତ୍ରାରେ ମଦ ପିଇ ଥିଲେ ଯେ, ନିଜକୁ ସମ୍ଭାଳି ନପାରି ଆଉ ଏକ ଗାଡ଼ିକୁ ଧକ୍କା ଦେଇଥିଲେ। ପୋଲିସ ତାଙ୍କ ଗାଡ଼ି ଅଟକାଇବାରୁ ସେ ନିଜ ଭୁଲ୍‌ ସ୍ବୀକାର କରି ନଥିଲେ। ଜଣେ ମନ୍ତ୍ରୀଙ୍କ ନାଁ ନେଇ କହିଥିଲେ ଯେ ସେ ତାଙ୍କ ପୁଅ। ଯୁବକ ଜଣକ ପୋଲିସ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତୁମେ (ପୋଲିସ) ମୋର କ’ଣ ଉଖାଡି ପାରିବ ବୋଲି କହିଥିଲେ। ସେ ପୋଲିସ କୁ ଧମକ ଦେଇ କହିଥିଲେ ଯେ, ଗୋଟିଏ ସେକେଣ୍ଡରେ ମୁଁ ତୁମମାନଙ୍କ ବର୍ଦ୍ଦି ଉତାରି ଦେବି ।’

Related Posts