ଭାରତର ୧୧ ଲକ୍ଷରୁ ଅଧିକ ଭିଡିଓକୁ ଡିଲିଟ କଲା ୟୁଟ୍ୟୁବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତର ୧୧ ଲକ୍ଷରୁ ଅଧିକ ଭିଡିଓକୁ ଡିଲିଟ କଲା ୟୁଟ୍ୟୁବ । ସେପଟେ ବିଶ୍ୱସ୍ତରରେ ଏହି ସଂଖ୍ୟା ବହୁତ ଅଧିକ ବୋଲି କୁହାଯାଉଛି । କେବଳ ଏତିକି ନୁହେଁ ବରଂ ୟୁଟ୍ୟୁବ ସାମୁଦାୟିକ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ଆଧାରରେ ୨୦୨୨ର ପ୍ରଥମ ତ୍ରୟମାସରେ ୪୪ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇ ଦେଇଛି । କମ୍ପାନୀ ସ୍ପାମ ନୀତିର ଉଲ୍ଲଂଘନ ପାଇଁ ଏହି ଚ୍ୟାନେଲଗୁଡ଼ିକ ମଧ୍ୟରୁ ଅଧିକାଂଶ ବନ୍ଦ କରାଯାଇଛି । ରିପୋର୍ଟ ଅନୁଯାୟୀ ଗୁଗୁଲର କମ୍ପାନୀ ୟୁଟ୍ୟୁବରୁ ୯୦ ପ୍ରତିଶତରୁ ଅଧିକ ଭିଡିଓ ନକଲି ଯୋଗୂ ଅପସାରିତ ହୋଇଛି । ଏଥି ସହିତ ୟୁଟ୍ୟୁବରେ ହିଂସାତ୍ମକ ବିଷୟବସ୍ତୁ ପୋଷ୍ଟ କରିବା ସୁରକ୍ଷା ଏବଂ ଗୋପନୀୟତା ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଯୋଗୁ ଅନେକ ଭିଡିଓ ମଧ୍ୟ ଅପସାରିତ ହୋଇଛି । ବାରମ୍ବାର ପୋଷ୍ଟ ହୋଇଥିବା ଏବଂ କାହାକୁ ଟାର୍ଗେଟ କରାଯାଉଥିବା ବିଷୟବସ୍ତୁକୁ ୟୁଟ୍ୟୁବ ଅପସାରଣ କରିଛି । କିଛି ଚ୍ୟାନେଲ କିମ୍ବା ଭିଡିଓ ଉପଭୋକ୍ତାମାନଙ୍କୁ ଅନ୍ୟ କେତେକ ପ୍ରତିଶୃତି ପ୍ରଦାନ କରିଥାନ୍ତି ।

ଏହା ଉପରେ କ୍ଲିକ କରିବା ପରେ ସେଗୁଡ଼ିକ ଅନ୍ୟ ସାଇଟକୁ ପୁଣି ନିର୍ଦ୍ଦେଶିତ ହୁଏ । ଯାହା ଦ୍ୱାରା ସେମାନେ ଏଥିରୁ ଟଙ୍କା ରୋଜଗାର କରିପାରୁଥିବା ନେଇ ୟୁଟ୍ୟୁବ କହିଛି । ଏହା ବ୍ୟତୀତ କିଛି ଚ୍ୟାନେଲ ଉପଭୋକ୍ତାମାନଙ୍କୁ ଏକ ୱେବସାଇଟକୁ ପଠାଇଥାନ୍ତି । ଯେଉଁଥିରେ ବିପଜ୍ଜନକ ସଫ୍ଟୱେର ଥାଏ । ସେମାନେ ଏଥିରୁ ଉପଭୋକ୍ତାମାନଙ୍କର ବ୍ୟକ୍ତିଗତ ସୂଚନା ସଂଗ୍ରହ କରିଥାନ୍ତି । ୟୂଟ୍ୟୁବ ମଧ୍ୟ ଏଭଳି ବିଷୟବସ୍ତୁ ଅପସାରଣ କରିଛି ଯାହା ଏନଗେଜମେଣ୍ଟ ଭିୟୂ, ଲାଇକ, କମେଣ୍ଟ କିମ୍ବା ୟୁଟ୍ୟୁବରେ ଅନ୍ୟ କୌଣସି ମେଟ୍ରିକ ବିକ୍ରୟ କରିଥାଏ । ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିବା ପାଇଁ ୟୁଟ୍ୟୁବର ନିୟମରେ ଏହା କୁହାଯାଇଛି ଯେ ଯଦି ୯୦ ଦିନ ମଧ୍ୟରେ ଏକ ଚ୍ୟାନେଲ କମ୍ପାନୀର ନିୟମକୁ ଉଲ୍ଲଂଘନ କରେ ତେବେ କମ୍ପାନୀ ସେଭଳି ଚ୍ୟାନେଲକୁ ବନ୍ଦ କରି ଦେଇଥାଏ । ଅପରପକ୍ଷରେ ଯଦି ଏକ ୟୂଟ୍ୟୂବ ଚ୍ୟାନେଲ ନିୟମକୁ ୩ ଥରରୁ ଅଧିକ ଉଲ୍ଲଂଘନ କରେ, ତାହାଲେ ସେହି ଚ୍ୟାନେଲ ଦ୍ୱାରା ପ୍ରସ୍ତୁତ ଭିଡିଓ ମଧ୍ୟ ଅପସାରିତ ହୋଇଥାଏ ।

Related Posts