
ଆନ୍ଧ୍ରପ୍ରଦେଶ ବିଶାଖାପାଟନାର ଷ୍ଟିଲପ୍ଲାଣ୍ଟରେ ଅଗ୍ନିକାଣ୍ଡ | ଶନିବାର ସକାଳେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ | ଫରନେକ୍ ପ୍ଲାଣ୍ଟ-୨ରେ ବିସ୍ଫୋରଣ ହେବା ପରେ ଘଟିଛି ଅଗ୍ନିକାଣ୍ଡ । ପ୍ଲାଣ୍ଟରେ ତରଳ ପଦାର୍ଥ ଲିକେଜ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ଟି ମାଲବାହୀ ଟ୍ରକ ଜଳିଯାଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ତେବେ ଏହି ଘଟଣାରେ କୌଣସି ମୃତାହତ ସମ୍ପର୍କରେ ସୂଚନା ମିଳିନାହିଁ । ଏଥିରେ ପ୍ରାୟ ୧ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ବେଳେ ପରିଚାଳନା କମିଟି ତଦନ୍ତ ପାଇଁ ଦାବି କରିଛି ।