ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇରାନ-ଆମେରିକା ଯୁଦ୍ଧ ସମୟ‌ରେ ୩ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏନେଇ ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡ ଅବଦୁଲ ମଜିଦ ହକିମ ଇଲାହି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଅନେକ ଥର ଇରାନୀ ନେତୃବୃନ୍ଦଙ୍କ ସହ ଫଳପ୍ରଦ କଥା ହୋଇଛନ୍ତି ଏବଂ ଭାରତୀୟ ଲୋକଙ୍କ ଭଲପାଇବା ଏବଂ ସଦିଚ୍ଛାକୁ ପ୍ରଶଂସା କରିଛନ୍ତି। ସେପଟେ ଆମେରିକା-ଇରାନ ସଂଘର୍ଷ ସମୟରେ ଭାରତର ଭୂମିକା ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତର ରଖି ଇଲାହି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଇରାନ ରାଷ୍ଟ୍ରପତିଙ୍କ ସହ ୩ ଥର କିମ୍ବା ତା’ଠାରୁ ଅଧିକ କଥା ହୋଇଛନ୍ତି ଏବଂ ଆଲୋଚନା ଖୁବ୍‌ ଭଲ ଥିଲା। ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ମଧ୍ୟ ତାଙ୍କ ଇରାନ ପ୍ରତିପକ୍ଷଙ୍କ ସହ ଅନେକ ଥର ସଫଳପ୍ରଦ କଥା ହୋଇଛନ୍ତି। ଅତ୍ୟନ୍ତ ଭାବପ୍ରବଣ ଭାବେ ଇଲାହି ଭାରତୀୟଙ୍କୁ ଅସାଧାରଣ ବୋଲି କହିଥିଲେ ଏବଂ ଭାରତୀୟଙ୍କୁ ସେ କିଭଳି ଭାବେ ପ୍ରଶଂସା କରିବେ ସେଥିପାଇଁ କୌଣସି ଭାଷା ପାଇନଥିଲେ ବୋଲି କହିଛନ୍ତି।