ଉତରପ୍ରଦେଶ ଉନ୍ନାଓରୁ ୨ ମାସ ପୁର୍ବରୁ ନିଖୋଜ ଥିବା ଦଳିତ ଯୁବତୀଙ୍କ ମୃତ ଦେହ ଉଦ୍ଧାର: ଅତି ନିର୍ମମ ଭାବେ କରଯାଇଛି ହତ୍ୟା

ଉଦ୍ଧାର ହେଲା ଉତରପ୍ରଦେଶ ଉନ୍ନାଓରୁ ୨ ମାସ ପୁର୍ବରୁ ନିଖୋଜ ଥିବା ଦଳିତ ଯୁବତୀଙ୍କ ମୃତ ଦେହ । ସପା ସରକାର ସମୟରେ ମନ୍ତ୍ରୀ ଥିବା ଫତେହ ବାହାଦୁର ଫାର୍ମ ହାଉସରୁ ପୋଲିସ ମୃତ ଦେହ ଉଦ୍ଧାର କରିଛି ।

ଉତରପ୍ରଦେଶ ଉନ୍ନାଓରେ ୨୨ ବର୍ଷୀୟ ଯୁବତୀଙ୍କ ନିଖୋଜ ହେବାର ୨ ମାସ ପରେ ମିଳିଛି ମୃତ ଦେହ । ସପାର ପୂର୍ବତନ ମନ୍ତ୍ରୀଙ୍କ ଫାର୍ମ ହାଉସ୍ରୁ ୨୨ ବର୍ଷୀୟ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ନିଖୋଜ ହେବାର ୬୮ ଦିନ ପରେ ପୋଲିସ ଏହାକୁ ନେଇ କରିଛି ବଡ ଖୁଲାସା । ପୋଲିସର ସୂଚନା ଅନୁସାରେ, ପୋଷ୍ଟମର୍ଟମ ରିପୋର୍ଟରେ, ନିଖୋଜ ଯୁବତୀଙ୍କ ତଂଟି ଚିପି ହତ୍ୟା କରାଯାଇଛି । ଏତେ ଜୋର୍ରେ ତଂଟି ଚିପା ଯାଇଛି ଯେ, ତଂଟିର ହାଡ ମଧ୍ୟ ଭାଙ୍ଗି ଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ହୋଇଛି । ରଡ୍ ମାରି ଯୁବତୀଙ୍କ ମୁଣ୍ଡ ଫଟାଯାଇଛି । ଉନ୍ନାଓର ଯୁବତୀଙ୍କ ସହ ହୋଇଥିବା ବର୍ବରତା ପରେ ପୋଲିସ କାହିଁକି ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି ନଥିଲା ସେଥିପାଇଁ ଜଣେ ଇନସ୍ପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି ।

ନିଖୋଜ ଯୁବତୀଙ୍କ ଶବକୁ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ଦିଆଯାଇଛି । ଏହାସହ ତାଙ୍କ ଅନ୍ତିମ ସଂସ୍କାର ମଧ୍ୟ ଶେଷ ହୋଇଛି ।

Related Posts