ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ: ସମାଜବାଦୀ ପାର୍ଟି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା

ସମାଜବାଦୀ ପାର୍ଟି (SP) ଉତ୍ତରାଖଣ୍ଡ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରଥମ ପର୍ଯ୍ୟାୟ ତାଲିକାରେ ମୋଟ ୩୦ ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ତେବେ ପ୍ରକାଶ ପାଇଥିବା ତାଲିକା ମଧ୍ୟରେ ୩ ମହିଳା ପ୍ରାର୍ଥୀଙ୍କୁ ସ୍ଥାନ ଦେଇଛି ଦଳ ।

୩ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଲକ୍ଷ୍ମୀ ଦେବୀ ବାଗେଶ୍ୱର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢୁଥିବାବେଳେ ରାନୀକ୍ଷେତ ଆସନରୁ ସୁନୀତା ରିଖାରୀ ଏବଂ ବାଜପୁରରୁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମନୀଷାଙ୍କୁ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଅବସର ଦେଇଛି ଦଳ ।ସେହିପରି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ପୁଷ୍କର ସିଂ ଧାମି ଖତିମା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରି ସାରିଥିବା ବେଳେ ଖୁବ ଶୀଘ୍ର ବିଜେପି ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସଙ୍କେତ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ‘ଅବକି ବାର 60 ପାର’ । ଉତ୍ତରାଖଣ୍ଡ ବିଧାନସଭାରେ ମୋଟ 70 ଆସନ ଥିବାବେଳେ ଚଳିତ ନିର୍ବାଚନରେ ଦଳ ୬୦ରୁ ଊର୍ଦ୍ଧ୍ବ ଆସନରେ ବିଜୟୀ ହୋଇ ସରକାର କରିବାକୁ ଯାଉଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଧାମି ।

Related Posts